ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ ରେଟିଂ ଅଧିକ
ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ନେତୃବର୍ଗଙ୍କ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ ରେଟିଂ ଅଧିକ ରହିଛି । ଆମେରିକାର ଏକ ସଂସ୍ଥା ପକ୍ଷରୁ କରାଯାଉଥିବା ଅନୁମୋଦନ ରେଟିଂ (ଆପ୍ରୁଭାଲ ରେଟିଂ)ରୁ ଏହା ଜଣାଯାଇଛି । ମର୍ଣ୍ଣି କନସଲ୍ଟ ନାମକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି ଯେ ନରେନ୍ଦ୍ର ମୋଦିଙ୍କ ରେଟିଂ ୭୦ ପ୍ରତିଶତ ରହିଛି । ଏ କ୍ଷେତ୍ରରେ ସେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡି୍ରଜ ମାନୁଏଲ ଲୋପେଜ ଓବ୍ରାଡର, ଇଟାଲୀ ପ୍ରଧାନମନ୍ତ୍ରୀ ମେରିଓ ଡ୍ରାଘି, ଜର୍ମାନୀ ଚାନସେଲର ଆଞ୍ଜେଲା ମାର୍କେଲ, ଆମେରିକା ରାଷ୍ଟ୍ରପତି ଜୋ ବାଇଠେନ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ, ବି୍ରଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ଠାରୁ ଆଗରେ ରହିଛନ୍ତି । ଯୁବବର୍ଗଙ୍କ ମଧ୍ୟରେ ମୋଦିଙ୍କୁ ଅଣସ୍ୱୀକୃତି ରେଟିଂ ଦେଉଥିବା ଲୋକଙ୍କ ସଂଖ୍ୟା ସର୍ବନିମ୍ନ । ଭାରତରେ ହୋଇଥିବା ସର୍ଭେରେ ୨୫ ପ୍ରତିଶତ ଯୁବବର୍ଗ ତାଙ୍କୁ ରେଟିଂରେ ଅନୁମୋଦନ କରିନାହାନ୍ତି । ଆମେରିକା ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି ଯେ ୨୦୧୯ ଅଗଷ୍ଟରେ ତାଙ୍କର ରେଟିଂ ୮୨ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଜୁନରେ ଏହା ପ୍ରାୟ ୨୦ ପ୍ରତିଶତ ହ୍ରାସ ପାଇ ୬୬ ପ୍ରତିଶତ ରହିଥିଲା ।
Powered by Froala Editor