ପଶ୍ଚିମବଙ୍ଗ ରାଜନୀତିରେ ଥମିନାହିଁ ବିଦ୍ରୋହ, କମିବାର ନାଁ ଧରୁନି ବିଜେପି-ଟିଏମସି କଳି
କୋଲକାତା: ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶାସନରେ ଥିବା ତୃଣ ମୂଳ ମଧ୍ୟରେ ତୁହାକୁ ତୁହା ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ନିର୍ବାଚନର ୪ ମାସ ପରେ ମଧ୍ୟ କମିବାର ନାଁ ଧରୁନି ବିଜେପି-ଟିଏମସି କଳି । ପଶ୍ଚିମବଙ୍ଗ ରାଜନୀତିରେ ଏଯାଏଁ ଥମିନାହିଁ ବିଦ୍ରୋହ । ଇଡିରେ ହାଜର ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ଦିଲ୍ଲୀ ଇଡି କାର୍ୟ୍ୟାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଇଛନ୍ତି ଅଭିଷେକ । ମନି ଲଣ୍ଡ୍ରିଂ ମାମଲାରେ ଇଡିରେ ହାଜର ହେବା ପାଇଁ ଅଭିଷେକଙ୍କୁ ପୂର୍ବରୁ ନୋଟିସ୍ କରିଥିଲା ଇଡି । କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ଅନିୟମିତତା ଭାବେ ଅର୍ଥ ନେଣଦେଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।
ସେପଟେ ଏହି ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଅଭିଷେକଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଷେକଙ୍କ ପତ୍ନୀଙ୍କୁ ମଧ୍ୟ ଇଡି ସମନ୍ କରିଥିଲା । ତେବେ କୋଭିଡ୍ କାରଣ ଦର୍ଶାଇ ଦିଲ୍ଲୀ ଯିବା ପାଇଁ ମନାକରିଥିଲେ ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀ । ବିଜେପି ନିର୍ବାଚନ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ରାଜନୀତି କରୁଥିବା କହିଛନ୍ତି ଅଭିଷେକ ।
ସେପଟେ ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷାଧିକାରୀ ହତ୍ୟା ଘଟଣାରେ ସିଆଇଡ଼ି ତରଫରୁ ହାଜର ହେବାକୁ କୁହାଯାଇଛି ।
Powered by Froala Editor