ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ଗୁରୁ ସର୍ବଦା ପୂଜ୍ୟ । ଆଜ୍ଞାନ ଅନ୍ଧାରରୁ ଯିଏ ଆଲୋକ ଦେଖାଏ ସେ ହେଲେ ଗୁରୁ । ଆଜି ସେହି ଗୁରୁଙ୍କ ପାଇଁ ଦିନଟିଏ । ପବିତ୍ର ଗୁରୁ ଦିବସରେ ଦେଶର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରମାନଙ୍କ ଜୀବନକୁ ସମୃଦ୍ଧ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଭାରତର ଭବିଷ୍ୟତଙ୍କୁ ଗଢିବାରେ ସେମାନେ ଅବଦାନ ବେଶ ପ୍ରଶଂସନୀୟ ବୋଲି ଟ୍ବିଟ କରି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।
ଅନ୍ୟପଟେ ଗୁରୁଦିବସରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କ ସମେତ ମୋଟ ୪୪ ଜଣ ଶ୍ରେଷ୍ଠ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି । ଓଡ଼ିଶାର ଯେଉଁ ଦୁଇ ଜଣ ସମ୍ମାନିତ ହୋଇଛନ୍ତି ସେମାନେ ହେଲେ ଭଦ୍ରକ ଜିଲ୍ଲା ସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ସେଠୀ । ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର-୨୦୨୧ ସମ୍ମାନରେ ସମ୍ମାନିତ କରାଯାଇଛି ।
ସ୍ୱାଧୀନତାର ଦୀର୍ଘ ୭୫ବର୍ଷ ପରେ ଦେଶ ଆଜାଦିର ଅମୃତ ମହୋସôବ ପାଳନ କରୁଛି । ତେବେ ଏହାର ଅଧିନରେ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଶକ୍ଷକ ପର୍ବ ମଧ୍ୟ ପାଳନ କରାଯାଉଛି । ଏହି ପର୍ବରେ ଶିକ୍ଷା ଜଗତ ପ୍ରତି ଅତୁଳନୀୟ ଅବଦାନ ଥିବା ଶିକ୍ଷକ ମାନଙ୍କୁ ବଛାଯାଇଥିବା ବେଳେ ଆଜି ସେମାନଙ୍କୁ ରାଷ୍ଟ୍ରପତି ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
Powered by Froala Editor