୩ ଗଣ୍ଡା ଶିକାରୀଙ୍କୁ ୧୦୫ ବର୍ଷ ଲେଖାଏଁ ଜେଲ
ଦକ୍ଷିଣ ଆଫ୍ରିକା କ୍ରୁଗର ଜାତୀୟ ଉଦ୍ୟାନରେ ହୋଇଥିବା ଗଣ୍ଡା ଶିକାର ମାମଲାରେ ସ୍କୁକୁଜା ରିଜିଓନାଲ କୋର୍ଟ ୩ ଶିକାରୀଙ୍କୁ ୧୦୫ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ କରିଛନ୍ତି। ଏଥିରେ କୋର୍ଟ ମୋଜାମ୍ବିକର ୨ ଜଣ ଓ ଦକ୍ଷିଣ ଆଫ୍ରିକାର ଜଣେ ଶିକାରୀକୁ ଦଣ୍ଡିତ କରିଛନ୍ତି।
୨୦୧୭ ମସିହାରେ କ୍ରୁଗର ଜାତୀୟ ଉଦ୍ୟାନରେ ମୋଜାମ୍ବିକର ସାଙ୍ଗନୀ ମଥବୁଲା (୨୯), ଇମାନୁଏଲ ମଧଲୁଲୀ ଓ ଦକ୍ଷିଣ ଆଫ୍ରିକାର ୱାଲଟର ହେଣ୍ଡ୍ରିକ ମେଗନେଙ୍କୁ ଗଣ୍ଡା ଶିକାର ବେଳେ ବନ ବିଭାଗ କର୍ମଚାରୀ ଗିରଫ କରିଥିଲେ। ସେମାନେ ରାଷ୍ଟ୍ରୀୟ ଉଦ୍ୟାନରେ ଏକ ଗଣ୍ଡାକୁ ହତ୍ୟା କରିଥିବା ବେଳେ ଅସ୍ତ୍ରଶସ୍ତ୍ର ସହ ଧରାପଡିଥିଲେ। ମାମଲାରେ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଞ୍ଚଳିକ କୋର୍ଟ ମାମଲାରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ ମଧ୍ୟ କରିଛନ୍ତି। ପ୍ରତ୍ୟେକ ଶିକାରୀଙ୍କୁ କୋର୍ଟ ୧୦୫ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ କରାଯାଇଛି ।
ଦକ୍ଷିଣ ଆଫ୍ରିକା ଜାତୀୟ ଉଦ୍ୟାନ ସେନପାକର୍ସ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି। ଶିକାରୀଙ୍କ ଲାଗି ଜାତୀୟ ଉଦ୍ୟାନର ସୁରକ୍ଷା ଏବେ କଡାକଡି ହୋଇଛି। ଏହା ଛଡା କୋର୍ଟଙ୍କ ଏହି ରାୟ ଦେଶରେ ନ୍ୟାୟ ବ୍ୟବସ୍ଥା ଥିବାର ମଧ୍ୟ ପ୍ରମାଣିତ ହୋଇଥିବାର କ୍ରୁଗର ନ୍ୟାସନାଲ ପାର୍କର ମ୍ୟାନେଜିଂ ଏକଜ୍ୟୁକୁଟିଭ ଗେରେଥ କୋଲମ୍ୟାନ କହିଛନ୍ତି। କୋର୍ଟଙ୍କ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଜାତୀୟ ଉଦ୍ୟାନରେ ଅନ୍ୟ ଶିକାରୀଙ୍କ ଲାଗି ଏବେ ଉଦାହରଣ ହୋଇ ରହିବ ବୋଲି କୋଲମ୍ୟାନ କହିଛନ୍ତି।
Powered by Froala Editor