ପୁଣି ଭାରତକୁ ସ୍ୱର୍ଣ୍ଣ, ପଞ୍ଚମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କୃଷ୍ଣା ନାଗର
ଟୋକିଓ ପାରାଲିମ୍ପିକ୍ସରୁ ଭାରତକୁ ଆସୁଛି ପଦକ ପରେ ପଦକ । ଆଜି ସକାଳୁ ପଞ୍ଚମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କୃଷ୍ଣା ନାଗର । ବ୍ୟାଡମିଣ୍ଟନ ଏସଏଚ-୬ ବର୍ଗରେ ଫାଇନାଲରେ ହଂକଂର କାଇ ଚୁ’ଙ୍କୁ ହରାଇ କୃଷ୍ଣା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ କାଇ-ଚୁ’ଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ହରାଇ ଏହି ସଫଳତା ଆଣିଛନ୍ତି । ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ କୃଷ୍ଣାଙ୍କୁ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଏହି ଗୌରବ ପାଇଁ ଦେଶରେ ଖୁସିର ଲହରି ଖେଳିଯାଇଛି । ଏପର୍ଯ୍ୟନ୍ତ ଟୋକିଓ ପାରାଲିମ୍ପିକ୍ସରୁ ଭାରତ ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ, ୬ଟି ବ୍ରୋଞ୍ଚସହ ପଦକ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି ।
Powered by Froala Editor