ଭାରତ-ବାଂଲାଦେଶ ସୀମାରୁ ଆଲବିନୋ ମୟୂର ଉଦ୍ଧାର
ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଭାରତ-ବାଂଲାଦେଶ ସୀମାରୁ ଦୁଇଟି ଧଳା ମୟୂର ଉଦ୍ଧାର ହୋଇଛି । ଏହି ମୟୂରଙ୍କୁ ଉଦ୍ଧାର କରିଛି ସୀମା ସୁରକ୍ଷା ବଳ(ବିଏସ୍ଏଫ୍) । ବିଏସ୍ଏଫ୍ ଟିମ୍ ମୟୂରଙ୍କୁ ବନବିଭାଗ ହାତରେ ଦେଇଛନ୍ତି । ବନ ବିଭାଗର ନଦିଆ ମୁର୍ସିଦାବାଦ ପରିସରର ଡେପୁଟି ରେଞ୍ଜର ପ୍ରଦିପ ବାଗଚି କହିଛନ୍ତି ଯେ 'ଆମେ ଦୁଇଟି ମୟୂର ପାଇଛୁ। ସେଗୁଡିକ ହୁଏତ କୋଲକାତାର ଆଲିପୋର ପ୍ରାଣୀ ଉଦ୍ୟାନକୁ ପଠାଯାଇପାରେ କିମ୍ବା ନଦିଆର ବେଥୁଆଦାହରୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଛଡାଯାଇପାରେ ।'
ସୂଚନା ଅନୁଯାୟୀ, ଶୁକ୍ରବାର ବର୍ନପୁର-ମାଟିୟାରୀ ସୀମା ଆଉଟପୋଷ୍ଟ ନିକଟରେ ପାଟ୍ରୋଲିଂ ବେଳେ ବିଏସଏଫ କର୍ମଚାରୀମାନେ ଦୁଇ ଜଣଙ୍କୁ ଅନ୍ତର୍ଜାତୀୟ ସୀମା ନିକଟ ଜଙ୍ଗଲରେ ଲୁଚି ରହିଥିବାର ଦେଖିଥିଲେ । ସେମାନଙ୍କ ଉପରେ ଚଢାଉ ହେବାରୁ ବାଂଲାଦେଶୀ ଚୋରା ଚାଲାଣକାରୀମାନେ ଦୁଇଟି ବ୍ୟାଗ୍ ପକାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ବିଏସଏଫ କର୍ମଚାରୀମାନେ ବ୍ୟାଗ ଖୋଲି ସେଥିରେ ଦୁଇଟି ଆଲବିନୋ ମୟୂର ପାଇଥିଲେ। ସେମାନେ ମୟୂରକୁ ଖାଇବାକୁ ଦେଇ ବନ ବିଭାଗକୁ ହସ୍ତାନ୍ତର କରିଥିଲେ।
Powered by Froala Editor