ତୁଳସି ଗଛ ପାଖରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ଘରକୁ ମାଡିଆସିବ ବିପଦ

ହିନ୍ଦୁ ଧର୍ମରେ ପ୍ରତିଟି ଘରେ ତୁଳସି ଗଛକୁ ପୂଜା କରାଯାଇଥାଏ । ତୁଳସି ବିନା ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଯାଏ ନାହିଁ । ଯେଉଁ ଘରେ ତୁଳସୀ ଗଛ ଥାଏ, ସେହି ଘରକୁ ଦରିଦ୍ରତା ଆସେନାହିଁ ବୋଲି କୁହାଯାଏ । ଏହା ସହିତ ଆୟୁର୍ବେଦ ଅନୁସାରେ ତୁଳସିରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି । ବୈଜ୍ଞାନିକଙ୍କ ଅନୁସାରେ ତୁଳସି ପତ୍ର ସେବନ ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ଶାସ୍ତ୍ର ଅନୁସାରେ ମା ତୁଳସି ଯାହା ଉପରେ ରୋଷ କରନ୍ତି, ତାହାର ବିନାଶ କରିଦିଅନ୍ତି । ସେଥିପାଇଁ ତୁଳସି ଗଛର ଖୁବ ଯତ୍ନ ନେବା ଆବଶ୍ୟକ । ତେବେ ଏମିତି ୫ଟି ଜିନିଷ ଅଛି ଯାହାକୁ କେବେବି ତୁଳସି ଗଛ ପାଖରେ ରଖିବା ଉଚିତ୍ ନୁହେଁ ।
-ତୁଳସି ଗଛ ପାଖରେ କେବେବି ନିଜ ବ୍ୟବହୃତ କପଡା ଶୁଖାନ୍ତୁ ନାହିଁ । କାରଣ ଯେଉଁ ଘରେ ତୁଳସି ଗଛ ପାଖରେ କପଡା ଶୁଖା ହୋଇଥାଏ, ସେହିଘରେ ସକରାତ୍ମକତା ହ୍ରାସ ପାଇଥାଏ । ଏହା ଦ୍ୱାରା ମାତା ତୁଳସି କ୍ରୋଧିତ ହୋଇଥାନ୍ତି ଓ ଘରକୁ ଦରିଦ୍ରତା ଆସିଥାଏ
-ତୁଳସି ଗଛ ରଖିଥବା ସ୍ଥାନରେ କେବେବି ଅଳିଆ ଆବର୍ଜନା ପକାନ୍ତୁ ନାହିଁ । ତେଣୁ ତୁଳସି ଗଛ ପାଖ ସର୍ବଦା ସଫା ସୁତୁରା ରଖିବା ଆବଶ୍ୟକ । ନଚେତ ଘରେ ଧନର ହାନି ଘଟିଥାଏ ।
-ତୁଳସି ଗଛ ପାଖରେ ଭଗବାନ ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । କାରଣ ଭଗବାନ ଗଣେଶଙ୍କ ମୂର୍ତ୍ତି ମାତା ତୁଳସିଙ୍କ ପାଖରେ ରଖିବା ଦ୍ୱାରା ଘରେ ସର୍ବଦା ଝଗଡା ଲାଗି ରହିଥାଏ ।
-ଭୁଲରେ ବି ତୁଳସି ଗଛ ପାଖରେ ଚପଲ ଆଦି ରଖନ୍ତୁ ନାହିଁ । ଏହା ଦ୍ୱାରା ଘରେ କୁପ୍ରଭାବ ପଡିଥାଏ ।
-ତୁଳସି ଗଛ ପାଖରେ କେବେବି ଶିବଲିଙ୍ଗ ରଖନ୍ତୁ ନାହିଁ । ଏହା ଦ୍ୱାରା ଅନର୍ଥ ହୋଇଥାଏ । ଏହା ସହିତ ଆପଣ ଭଗବାନ ଶିବଙ୍କ କ୍ରୋଧର ଶିକାର ହେବାର ମଧ୍ୟ ସମ୍ଭାବନା ଥାଏ ।
Powered by Froala Editor