କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ବିଦ୍ୟାଭାରତୀଙ୍କୁ କରୁଛି ଜେରା

ଭୁବନେଶ୍ୱର : ଏସିଏଫ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ଟିମ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରୁଥିବା ଜଣାଯାଇଛି । ବିଦ୍ୟାଭାରତୀଙ୍କ ବାପ ଘର ଗୌଡ଼ଗାଁ ଘରେ ଜେରା ଚାଲିଛି । କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ବିଦ୍ୟାଭାରତୀଙ୍କୁ ଜେରା କରୁଛି । ଗୁରବାର କ୍ରାଇମବ୍ରାଞ୍ଚ ଟିମ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବେଗୁନିଆସ୍ଥିତ ବାସଭବନକୁ ଯାଇ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । କ୍ରାଇମବ୍ରାଞ୍ଚ୍ ଡିଏସପି ଜ୍ଞାନ ମିଶ୍ରଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ପ୍ରଥମେ ଖଇରା ଥାନାରେ ପହଞ୍ଚି ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ସହ ପ୍ରଥମେ ଆଲୋଚନା କରିଥିଲେ । ଏହାପରେ ଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ, ଏଏସଆଇ ଜୀବନ କୁମାର ମଲ୍ଲିକଙ୍କ ସମେତ ଏହି ୪ଜଣିଆ ଟିମ୍ ଖଇରା ଥାନା ବେଗୁନିଆସ୍ଥିତ ସୌମ୍ୟରଞ୍ଜନଙ୍କ ବାସଭବନରେ ପହଞ୍ଚିଥିଲେ । ସେଠାରେ ଅଧିକାରୀମାନେ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର, ମା’ ତୁଳସୀ ମହାପାତ୍ର, ଭାଇ ରଞ୍ଜନ ମହାପାତ୍ର, ମାମୁ ଶୀତିକଣ୍ଠ ପଣ୍ଡା ଏବଂ ମାଇଁ ଊର୍ମିଳା ପଣ୍ଡାଙ୍କୁ ସାଢେ଼ ୩ଘଣ୍ଟା ଧରି ପଚରାଉଚରା କରିବା ସହ ବୟାନ ରେକର୍ଡ କରିଥିଲେ ।
Powered by Froala Editor