ହୃଦ୍ଘାତରେ ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ
ହୃଦ୍ଘାତରେ ବିଗ୍ ବସ୍ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ଘଟିଛି । ମୁମ୍ବାଇ କପୁର ହସ୍ପିଟାଲରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା ।
ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ। କିନ୍ତୁ ଆଜି ସକାଳେ ସେ ଆଉ ଉଠିନଥିଲେ। ଏହାପରେ ପରିବାର ଲୋକେ ମୁମ୍ବାଇର କୁପର ହସ୍ପିଟାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ହୃଦ୍ଘାତ ହୋଇଥିବା କହିଥିଲେ।
ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ଟିଭି ଇଣ୍ଡଷ୍ଟ୍ରିର ନାମୀ କଳାକାର ସିଦ୍ଧାର୍ଥ ଶୁକ୍ଲା ରିଅଲିଟି ସୋ ବିଗ୍ ବସ୍ ର ୧୩ ତମ ସିଜନର ବିଜେତା ଥିଲେ, ଏହା ବ୍ୟତୀତ ସେ ଖାତରୋଁ କେ ଖିଲାଡିର ସପ୍ତମ ସିଜନ୍ ମଧ୍ୟ ଜିତିଥିଲେ । ବାଲିକା ବଧୁ ସିରିଏଲରୁ ସିଦ୍ଧାର୍ଥ ଶୁକ୍ଲା ଦେଶର ପ୍ରତ୍ୟେକ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ। ହଠାତ୍ ତାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ଏକ ବଡ ଝଟ୍କା ଦେଇଛି। ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଏତେ କମ୍ ବୟସରେ ହଠାତ୍ ଏମିତି ଚାଲିଯିବା ତାଙ୍କ ଫ୍ୟାନ୍ଙ୍କୁ ସ୍ତବ୍ଧ କରିଦେଇଛି।
ସେ ଶେଷଥର ପାଇଁ ଏକତା କପୁରଙ୍କ ଲୋକପ୍ରିୟ ସିରିଜ ‘ବ୍ରେକନ୍ ବଟ୍ ବିୟୁଟିଫୁଲ୍-୩’ରେ ନଜର ଆସିଥିଲେ। ଯେଉଁଥିରେ ସେ ଅଗସ୍ତ୍ୟ ଭୂମିକା ତୁଲାଇଥିଲେ। ଏଥିସହ ‘ଖତରୋଁ କେ ଖିଲାଡି ସିଜିନ୍-୭’ର ଟ୍ରଫି ମଧ୍ୟ ହାତେଇଥିଲେ ସିଦ୍ଧାର୍ଥ।
୧୯୮୦ ଡିସେମ୍ବର ୧୨ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସିଦ୍ଧାର୍ଥ। ସେ ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ। ୨୦୦୪ରୁ ସେ ଟେଲିଭିଜନରେ ଅଭିନେତା ଭାବେ ଡବ୍ୟୁ କରିଥିଲେ। ୨୦୦୮ରେ ‘ବାବୁଲ କା ଆଙ୍ଗନ ଛୁଟେ ନା’ ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଅଭିନେତା ଭାବେ ପ୍ରକୃତ ପରିଚୟ ପାଇଥିଲେ ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୂ’ରୁ।
Powered by Froala Editor