ଗୃହରେ ପ୍ରବଳ ହଟ୍ଟଗୋଳ, ସୁପରିଚାଳନା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଗୁରୁବାର ହେଉଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଥମ ଦିନ ମରୁଡ଼ି ପ୍ରସଙ୍ଗରେ ଗୃହ କମ୍ପିଥିଲା ବେଳେ ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଦ୍ୱିତୀୟ ଦିନ ସୁରୁଖୁରରେ ଚାଲିବ ବୋଲି ଆଶା କରାଯାଉଥିଲା । ତେବେ ଫଳ ସମ୍ପୂର୍ଣ୍ଣ ଓଲଟା । ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ତେବେ ଗୃହଳ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ
ବୈଠକ ଡାକିଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଭିନ୍ନ ପ୍ଲା କାର୍ଡ ଧରି ଗୃହରେ ନାରାବାଜି କରିଥିଲେ । ଏପରିକି ବାଚସ୍ପତିି ସୂର୍ଯ୍ୟନାରାୟଣଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିରୋଧୀ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ସେହିପରି ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଏଥିସହ ଗୃହର ସୁପରିଚାଳନା ନିମନ୍ତେ କିଛି ବିଜେଡି, ବିଜେପି ଓ କଂଗ୍ରେସ ନେତୃବୃନ୍ଦକୁ ଆଲୋଚନା ନିମନ୍ତେ ବାଚସ୍ପତି ଶ୍ରୀ ପାତ୍ର ନିଜ ଚାମ୍ବରକୁ ଡାକିଛନ୍ତି ।
Powered by Froala Editor