କଟକଣା ଭିତରେ ହେବ ଗଣେଶ ପୂଜା , ବିଏମସି ଜାରି କଲା ଗାଇଡଲାଇନ

ଭୁବନେଶ୍ୱର: ଆଗକୁ ଆସୁଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା । କିନ୍ତୁ କରୋନା ମହାମାରୀ ଯୋଗୁଁ ଗତ ବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଭିତରେ ପୂଜା ଅନୁଷ୍ଠିତ ହେବ । କିଭଳି ଗଣେଶ ପୁଜାକୁ ସୁରୁଖୁରୁରେ କରାଯିବ ସେନେଇ ବିଏମସି ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ସମସ୍ତ ପ୍ରକାର କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଗଣେଶ ପୂଜା ଗାଇଡଲାଇନ୍ ପ୍ରସ୍ତୁତ ହୋଇଛି । ଏହି ଗାଇଡଡଲାଇନ୍ ଅନୁସାରେ ପୂଜା ପାଇଁ କମିଶନରେଟ ପୋଲିସଙ୍କ ଅନୁମତି ନେବା ପରେ ପୂଜା କରିପାରିବେ ଓ ମୂର୍ତ୍ତିର ଉଚ୍ଚତା ୪ଫୁଟରୁ ଅଧିକ ନରଖିବାକୁ ନିଦେ୍ର୍ଧଶ ଦିଆଯାଇଛି । ଏହା ସହିତ ୩ଦିନ ପର୍ଯ୍ୟନ୍ତ ପୂଜା ମଣ୍ଡପ ବନ୍ଦ ରହିବା ସହିତ ଘର ଭିତରେ ପୂଜା କରିବା ଭଳି ବିଧିରେ ପୂଜା ଅନୁଷ୍ଠିତ ହେବ ଓମଣ୍ଡପର ତିନି ପଟ ସମ୍ପୂର୍ଣ୍ଣ ବନ୍ଦ ରହିବ । କେବେଳ ପୂଜକ ମଣ୍ଡପକୁ ପ୍ରବେଶ କରିପାରିବେ । ପୂଜକଙ୍କ ସମେତ ୭ଜଣ ଜଣ ଦୁିଇଟି ଡୋଜ ଟିକା ନେଇଥିବା ଲୋକଙ୍କୁ ଉପସ୍ଥିତ ରହିପାରିବେ । ପ୍ରସାଦ ସେବନର ବ୍ୟବସ୍ଥା କରାଯାଇପାରିବ ନାହିଁ ବୋଲି ଗାଇଡ ଲାଇନରେ ଉଲ୍ଲେଖ ରହିଛି । ବିସର୍ଜନ ଶୋଭାଯାତ୍ରାକୁ ବାରଣ କରିବା ପାଇଁ ଏହି ଗାଇଡଲାଇନରେ କୁହାଯାଇଛି ।
Powered by Froala Editor