ନକଲି ପନିରକୁ ଚିହ୍ନନ୍ତୁ ଏହିପରି.....
ଆଜିକାଲି ଅଧିକାଂଶ ଲୋକ ପନିର ଖାଇବାକୁ ପସନ୍ଦ କରୁଛନ୍ତି । ଘର ହେଉକି ଭୋଜି ସବୁଠି ପନିରର ଚାହିଦା ରହିଛି । କିନ୍ତୁ ଅନେକ ସମୟରେ ଲକ୍ଷ୍ୟ କରାଯାଏ ଯେ ମାର୍କେଟରୁ କିଣା ଯାଇଥିବା ପନିର ପାଟିକୁ ସ୍ୱାଦିଷ୍ଟ ଲାଗିନଥାଏ । ଘର ତିଆରି ପନିର ନରମ ଲାଗିଥାଏ କିନ୍ତୁ ମାର୍କେଟ ପନିର ଟାଣ ବା ରବର ଭଳି ଲାଗିଥାଏ । ଆପଣ କେବେ ଏହାର କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାର୍କେଟରେ ମିଳୁଥିବା କିଛି ପନିର ନକଲି ପନିର ଅଟେ । ଏହା ଦେଖିବାକୁ ଅସଲି ଭଳି ହୋଇଥିବାରୁ, କିଣିବା ସମୟରେ ଗ୍ରାହାକ ଧୋକା ଖାଇଥାନ୍ତି । କିନ୍ତୁ ଏପରି କିଛି ଉପାୟ ଅଛି ଯାହା ଦ୍ୱରା ଆପଣ ଜାଣିପାରିବେ ତାହା ଅସଲି କି ନକଲି ।
-ପନିର କିଣିଲା ବେଳେ ସେଥିରୁ ଟିକେ ଆଣି ହାତରେ ମଳନ୍ତୁ, ଯଦି ଏହା ଗୁଣ୍ଡ ହୋଇଯାଉଛି, ତାହେଲେ ଏହା ନକଲି ଅଟେ ।
-ଯଦି ପନିର ଆବଶ୍ୟକତା ଠାରୁ ଅଧିକ ଟାଣ ଲାଗୁଛି, ତେବେ ଏହା ନକଲି ବୋଲି ଜାଣିନିଅନ୍ତୁ କାରଣ ଅସଲି ପନିର ସର୍ବଦା ସଫ୍ଟ ହୋଇଥାଏ ।
-ପନିରକୁ କିଛି ସମୟ ଗରମ ପାଣିରେ ଫୁଟାନ୍ତୁ ଏହାକୁ କିଛି ସମୟ ଥଣ୍ଡା କରି, ପନିର ଉପରେ ସୋୟାବିନ କିମ୍ବା ହରଡ ଡାଲି ପାଉଡର ପକାନ୍ତୁ, କିଛି ସମୟ ପରେ ଯଦି ଏହା ନାଲି ହୋଇଗଲା, ଜାଣନ୍ତୁ ଏହା ନକଲି ଓ ଏଥିରେ ଡିଟରଜେ କିମ୍ବା ୟୁରିଆ ମିଶାଯାଇଛି ।
Powered by Froala Editor