ଏହି ଦେଶରେ କୁକୁର ପରି ଭୁକେ ହରିଣ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ
ହରିଣ କୁକୁର ପରି ଭୁକିବା ଏକ ଆଶ୍ଚର୍ଯ୍ୟ ଜନକ କଥା । କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି । ଏହି ହରିଣ କୁକୁର ଭଳି ରଡି କରି ବୋବାଇଥାଏ । ବନ୍ୟଜନ୍ତୁ ଅଧିକାରୀଙ୍କ ସୂଚନା ଅନୁଯାୟୀ ବିଲୁପ୍ତ ହେବା ପୂର୍ବରୁ ଏହି ହରିଣକୁ ଦେଖିବାକୁ ମିଳିଛି । ପରିବେଶ ମନ୍ତ୍ରଣାଳୟର ମୁଖପାତ୍ରଙ୍କ କହିବା ଅନୁଯାୟୀ, ବିଶାଳ ମ ଜାକ ଏହାର ଲମ୍ବା ଶିଙ୍ଗ ପାଇଁ ବେଶ ଜଣାଶୁଣା । ଏପ୍ରିଲରେ ଏହାର ଫଟୋ ଉ ର ପୂର୍ବ କାମ୍ବୋଡିଆର ରତ୍ନଗିରି ପ୍ରଦେଶର ବିରାଚେ ଜାତୀୟ ଉଦ୍ୟାନରେ ଏକ ଲୁକାୟିତ କ୍ୟାମେରାରେ କଏଦ ହୋଇଥିଲା । ସେହିଦିନଠୁ ଏହି ହରିଣକୁ ଖୋଜିବା ପ୍ରକ୍ରିୟା ପୁଣି ଆରମ୍ଭ ହୋଇଛି । କାମ୍ବୋଡିଆ ଏବଂ ସମଗ୍ର ବିଶ୍ୱ ପାଇଁ ଏହା ସବୁଠାରୁ ରୋମା କର କଥା । କାମ୍ବୋଡିଆରେ ଏହି ବିରଳ ପ୍ରଜାତିର ତଲାସି ଜାରି ରହିିଛି । ଏହି ପ୍ରଜାତି ପ୍ରଥମେ ଭିଏତନାମ ଏବଂ ଲାଓସର ଜଙ୍ଗଲରେ ମିଳିଥିଲା । କିଛି ବର୍ଷ ପୂର୍ବରୁ ଏହ ଜଙ୍ଗଲ ନଷ୍ଟ ଓ ବେଆଇନ ଭାବେ କଟାଯାଉଥିବା ବେଳେ ଏବେ ସ୍ଥିତିରେ ସୁଧାର ଆସିଛି । ପରିବେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସରକାରଙ୍କ ଉଦ୍ୟମର ଏହ ଏକ ସକରାତ୍ମକ ଫଳାଫଳ ।
Powered by Froala Editor