ସମ୍ପର୍କୀୟ ଘରକୁ ବୁଲିବାକୁ ଆସିଥିଲେ, ମାଡିଗଲା ଲୌହଦାନବ

ଓଡ଼ିଶାର ସୀମାନ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମର ଚକ୍ରଧରପୁର ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଛି। ଓଡ଼ିଶାର ରାଉରକେଲାରୁ ଟାଟାନଗର ଯାଉଥିବା ଦୂରୋନ୍ତ ଏକ୍ସପ୍ରେସ ମାଡ଼ରେ ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି। ମୁମ୍ବାଇ-ହାୱାର ମୁଖ୍ୟ ରେଳ ଲାଇନରେ ଦୂରୋନ୍ତ ଏକ୍ସପ୍ରେସଟି ଯାଉଥିବା ବେଳେ ବିଞ୍ଜୟ ପୁଲିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି ।
ବିଞ୍ଜୟ ନଦୀ କଲଭର୍ଟ ଦେଇ ଚାଲି ଚାଲି ଯାଉଥିବାବେଳେ ହଠାତ ଟ୍ରେନଟି ମାଡିଆସିଥିଲା । ଆଉ ଏହି ୪ ଜଣ କଲଭର୍ଟରୁ ତଳକୁ ଓହ୍ଲାଇ ପାରିନଥିଲେ । ୪ ଜଣଙ୍କୁ ଟ୍ରେନ୍ ଧକ୍କା ଦେଇଥିବାରୁ ସେମାନଙ୍କ ଶରୀରର ଖଣ୍ଡବିଖଣ୍ଡିତ ହୋଇ ରେଳ ଧାରଣାରୁ ପ୍ରାୟ ୩୦୦ ମିଟର ଦୂରକୁ ଛଟିକି ପଡ଼ିଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ଶରୀରକୁ ଏକାଠି କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ସରାଇକେଲା-ଖରସୁଆଁ ଜିଲ୍ଲାର ତେଲେଙ୍ଗଜୁଡି ଗାଁର ସୁମି ପୂର୍ତ୍ତି (୭୧), ସୁମିଙ୍କ ନାତି ଅମର ସିଂ ପୂର୍ତ୍ତି (୨୧), ଅମର ସିଂଙ୍କ ପତ୍ନୀ ବା ପୂର୍ତ୍ତି (୧୯) ଏବଂ ଭଉଣୀ ଜେମା ପୂର୍ତ୍ତି (୧୮) । ଏମାନେ ସମସ୍ତେ ଗୋଟିଏ ପରିବାରର ଥିବାବେଳେ ଚକ୍ରଧରପୁରରେ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ ।
Powered by Froala Editor