ସ୍ୱାଧୀନତା ସଂଗ୍ରାମୀ ଗଙ୍ଗାଧର ପାଇକରାୟଙ୍କ ୨୨ ତମ ଶ୍ରାଦ୍ଧବାର୍ଷିକୀ ପାଳନ

ଜାତୀୟତାବାଦୀ ମନୋଭାବ ଓ ବୈପ୍ଳବିକ କାର୍ଯ୍ୟାବଳୀ ପାଇଁ ସଚ୍ଚା ଦେଶପ୍ରେମୀ ଭାବେ ଆଜି ବି ସ୍ମରଣୀୟ ହୋଇ ରହିଛନ୍ତି ଗଙ୍ଗାଧର ପାଇକରାୟ । ଏକାଧାରରେ ସେ ଥିଲେ ବାମପନ୍ଥୀ ନେତା, ସ୍ୱାଧିନତା ସଂଗ୍ରାମୀ, ବିଧାୟକ ଓ କୃଷକ ନେତା । ଖୋର୍ଦ୍ଧା ଜିଲ୍ଲା ସାନପଦର ଗାଁରେ ୧୯୧୫ ମସିହା ଜୁଲାଇ ୧୨ ତାରିଖରେ ଜନ୍ମ ନେଇଥିଲେ । ବାପାଙ୍କ ଜାତୀୟତାବାଦୀ ମନୋଭାବ ଓ ବୈପ୍ଳବିକ ଚିନ୍ତାଧାରା ଗଙ୍ଗାଧରଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା । ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପଢ଼ୁଥିବା ବେଳେ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ, ପାଠରେ ଡୋରି ବାନ୍ଧି ଜାତୀୟ ପତାକା ଉତ୍ତୋଳନ କରିବା ସହ ପୂର୍ଣ୍ଣ ସ୍ୱରାଜ ଶପଥ ପତ୍ର ପାଠ କରିବା ଯୋଗୁଁ ତାଙ୍କୁ ମାତ୍ର ୧୭ ବର୍ଷ ବୟସରେ ଜେଲଦଣ୍ଡ ଭୋଗିବାକୁ ପଡିଥିଲା । ପାଟନା କ୍ୟାମ୍ପ ଜେଲରେ କାରାବରଣ କରିଥିଲେ । ସେଠାରେ ସେ ବନ୍ଦୀ ଜୀବନ କଟାଉଥିବା ବହୁ କଂଗ୍ରେସ ନେତା, ସ୍ୱାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ । ଜେଲରୁ ମୁକ୍ତ ହେବା ପରେ ଗଙ୍ଗାଧର ପାଲଟି ଯାଇଥିଲେ ଜଣେ ସଚ୍ଚା ଦେଶପ୍ରେମୀ ଓ ସଂଗ୍ରାମୀ ନେତା ।
ଧୋତି ସାଙ୍ଗକୁ ହାପ ସାର୍ଟ ପିନ୍ଧି, କାନ୍ଧରେ ଝୁଲାମୁଣା ପକାଇ ସେ ଗାଁ ଗାଁ ବୁଲୁଥିଲେ । ଖୋର୍ଦ୍ଧା ଅଞ୍ଚଳର ଏଖାରଜାତ ମାହାଲ ସମ୍ପତ୍ତିକୁ ଭାଗ ଚାଷୀମାନଙ୍କୁ ଦେବା ପାଇଁ ବ୍ୟାପକ ଆନେ୍ଦାଳନର ସେ ନେତୃତ୍ୱ ନେଇଥିଲେ । ଲବଣ ସତ୍ୟାଗ୍ରହ, ବିଦେଶୀ ବସ୍ତ୍ର, ବର୍ଜନ ବାବଦରେ ଲୋକଙ୍କୁ ମତାଇଥିଲେ । ଜମିଦାରୀଙ୍କ ଶୋଷଣରୁ ଚାଷୀଙ୍କୁ ସୁରକ୍ଷା ଦେବାଲାଗି ସେ ଅଣ୍ଟା ଭିଡ଼ିଥିଲେ । ୧୯୩୬ ମସିହାରେ ଗଢ଼ାଯାଇଥିବା ‘କୃଷକ ସଂଘ’ନାମକ ରାଜ୍ୟସ୍ତରୀୟ ସଂଗଠନରେ ଗଙ୍ଗାଧର ସକି୍ରୟ ସଦସ୍ୟ ଭାବେ ଯୋଗ ଦେଇଥିଲେ । ୧୯୪୩ ମସିହାରେ ସେ ଭାରତୀୟ କମୁ୍ୟନିଷ୍ଟ ପାର୍ଟିରେ ଯୋଗ ଦେଲେ । ଏହା ପରେ ୧୯୫୧ ମସିହାରେ ସେ ବେଗୁନିଅାଁ ନିର୍ବାଚନମଣ୍ଡଳୀରୁ ଲଢ଼ି ବିଧାୟକ ହେଲେ । ୧୯୬୧, ୧୯୬୭, ୧୯୭୧ ମସିହାରେ ମ୍ମ ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ୪ ଥର ବିଧାୟକ ରହିବା ସହ ସେ ଦରିଦ୍ର ଜନତାଙ୍କ ପ୍ରକୃତ ବନ୍ଧୁ ପାଲଟିଥିଲେ । ରାଜନୈତିକ ସଂକୀର୍ଣ୍ଣତା ତାଙ୍କୁ ଛୁଇଁପାରିନଥିଲା । ପରିଣତ ବୟସରେ ମ୍ମରେ ବିଭିନ୍ନ ସରକାରୀ ଦପ୍ତର ବୁଲି ବୁଲି ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାମ କରିଥିଲେ । ୧୯୯୯ ମସିହା ଅଗଷ୍ଟ ମାସ ୩୧ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
Powered by Froala Editor