ଫୋନ୍ ପାଇଁ ଦୁଇ ଝିଅଙ୍କୁ ଧରି କୂଅକୁ ଡେଇଁ ପଡ଼ିଲେ ମହିଳା

ମୋବାଇଲ ପାଇଁ ଘଟିଗଲା ଅଭାବନୀୟ କାଣ୍ଡ । ଶାଶୂ-ବୋହୂ କଳିରେ ଚାଲିଗଲା ୨ଟି ଜୀବନ । ଏଭଳି ଦୁଃଖଦ ଖବର ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାରୁ ଆସିଛି ।
ଛତ୍ରପୁର ଏସଡିଓପି ଶଶାଙ୍କ ଜୈନଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଛତରପୁରରୁ ୨୦ କିମି ଦୂର ପାରବା ଗାଁରେ ଘଟିଛି। ସେ କହିଛନ୍ତି, ରାଣୀ ଯାଦବ ନିଜର ଦୁଇ ଝିଅଙ୍କୁ କୂଅକୁ ଫିଙ୍ଗିବା ସହ ନିଜେ ମଧ୍ୟ ଡେଇଁପଡ଼ିଥିଲା। ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ କୂଅକୁ ଫିଙ୍ଗା ଯାଇଥିବା ୧୦ ମାସର ଝିଅର ମଧ୍ୟ ଜୀବନ ଯାଇଛି। କିନ୍ତୁ ଅନ୍ୟ ଜଣେ ଝିଅ ଜୀବିତ ଅଛି।
ଘଟଣା ପଛରେ ମୋବାଇଲ ଫୋନ୍କୁ ନେଇ ଶାଶୂ-ବୋହୂଙ୍କ ଝଗଡ଼ାକୁ ଦାୟୀ କରାଯାଇଛି। ଦିନରାତି ଫୋନ୍ରେ ଲାଗି ରୁହୁଥିଲା ବୋହୂ। କିଛି ଉପାୟ ନପାଇ ବୋହୂ ହାତରୁ ଫୋନ୍ ଛଡ଼ାଇ ନେଲା ଶାଶୂ। ଏହାକୁ ନେଇ ରାଣୀ ନାରାଜ ହୋଇଥିଲେ। ଉତ୍ତ୍ୟକ୍ତ ରାଣୀ ନିଜର ଦୁଇ ଝିଅଙ୍କୁ କୂଅରେ ଫିଙ୍ଗିଦେଲା। ଏପରିକି ପରେ ପରେ ସେ ମଧ୍ୟ କୂଅକୁ ଡେଇଁ ଆତ୍ମହତ୍ୟା କଲା। ଦୁଇ ଝଅଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି। ଏବେ ମାମଲାର ଛାନଭିନ କରୁଛି ପୋଲିସ ।
Powered by Froala Editor