ବିବାହ ପୂର୍ବରୁ ନିଜ ସାଥି ବିଷୟରେ ଜାଣି ରଖନ୍ତୁ ଏହି ୫ଟି କଥା, ନଚେତ୍ ପରେ ଆସିପାରେ ଦାମ୍ପତ୍ୟରେ ସମସ୍ୟା
ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ଭାରତର ସମ୍ରାଟ କରିଥିଲେ । ଚାଣକ୍ୟଙ୍କ ନୀତିଶାସ୍ତ୍ର ମଣିଷ ଜୀବନରେ ଅନେକ ସୁପ୍ରଭାବ ପକାଇଥାଏ । ଏଥିରେ ଗୃହସ୍ଥ ଜୀବନର ଛୋଟରୁ ବଡ ସମସ୍ୟାର ନିରାକରଣ ବିଷୟରେ ବର୍ଣ୍ଣନା କରାଯାଇଛି । ଜୀବନସାଥୀ ବାଛିବାକୁ ନେଇ ମଧ୍ୟ ଅନେକ କଥା ଉଲ୍ଲେଖ ରହିଛି । ଯେପରିକି,
-ଚାଣକ୍ୟ କହିଛନ୍ତି, ଜୀବନସାଥିଙ୍କ ମଧ୍ୟରେ ଧୌର୍ଯ୍ୟ ଗୁଣ ରହିବା ଜରୁରୀ ଅଟେ । ଏହି ଗୁଣ ଉଭୟଙ୍କ ଠାରେ ଥିଲେ ଜୀବନ ଅଧିକ ଖୁସି ଓ ସରସ ସୁନ୍ଦର ହୋଇଥାଏ ।
-ଚାଣକ୍ୟଙ୍କ ନୀତି ଅନୁସାରେ, କେବଳ ସାଥିକୁ ନୁହେଁ, ବରଂ ତାଙ୍କ ପରିବାର, ଗୁଣ ଓ ଚରିତ୍ର ଆଧାରରେ ଜୀବନ ସାଥି ଚୟନ କରିବା ଉଚିତ୍ । ଝିଅଘର ଲୋକ ମଧ୍ୟ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ୍ ।
-ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।
-ଜୀବନସାଥି ବାଛିବାରେ ଧାର୍ମିକ ଭାବନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଏହା ଜାଣିବା ଉଚିତ୍ ଯେ ଜୀବନସାଥିଙ୍କ ଧର୍ମ ଉପରେ କେତେ ବିଶ୍ୱାସ ରହିଛି । କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ୍ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଓ କର୍ମ ଉପରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ ।
-ଶ୍ଳୋକ ଶେଷରେ ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ । ଏଣୁ ରାଗି ମଣିଷଙ୍କ ସହ ଜୀବନ ବିତାଇବା କଷ୍ଟକର । ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନ ସାଥି କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ୍ । କାରଣ ରାଗ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
Powered by Froala Editor