୩୨ ବର୍ଷ ପରେ ଭକ୍ତିରସରେ ମଜ୍ଜିଲେ ହନ୍ଦୱାଡାବାସୀ, ପାଳନ ହେଲା ଜନ୍ମାଷ୍ଟମୀ

ନନ୍ଦଲାଲା ନନ୍ଦଲାଲା । ଗୋକୁଳ କହ୍ନେୟା ନନ୍ଦଲାଲା । ଏଭଳି ଭକ୍ତିରସରେ ମଜ୍ଜିଛନ୍ତି ଭକ୍ତ । ୟା ଭିତରେ ଆଉ ଏକ ଖୁସି ଖବର ସାମନାକୁ ଆସିଛି । ୩୨ ବର୍ଷ ପରେ ଉତ୍ତର କାଶ୍ମୀରର ହନ୍ଦୱାଡାରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ସକାଳୁ କଶ୍ମୀର ପଣ୍ଡିତମାନେ ପ୍ରଭାତ ପରିକ୍ରମା କରିଥିଲେ । କରୋନା ମହାମାରୀ କବଳରୁ ରକ୍ଷା କରିବା ପାଇଁ ସେମାନେ ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ଗଣପତ୍ୟାର ମନ୍ଦିରରୁ ପ୍ରଭାତ ପରିକ୍ରମା ଆରମ୍ଭ ହୋଇ ଜେନ୍ଦା ମୋହଲ୍ଲା, ଜାହାଙ୍ଗୀର ଚୌକ, ମୌଲାନା ଆଜାଦ ରୋଡ ଦେଇ ରେଜିଡେନ୍ସି ରୋଡରେ ଶେଷ ହୋଇଥିଲା । ଭକ୍ତମାନେ ରାସ୍ତାରେ ନାଚି, ଗୀତ ଗାଇ ଏକ ଧାର୍ମିକ ଓ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିଥିଲେ । ସୂଚନାଯୋଗ୍ୟ ଯେ, ୧୯୮୯ରେ ଶେଷ ଥର ପାଇଁ ଏଠାରେ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
Powered by Froala Editor