ଦେଶରେ ଆଜି ୪୫ ହଜାର ୮୩ ନୂଆ କରୋନା ପଜିଟିଭ ଚିହ୍ନଟ

ଦେଶରେ ଆଜି ୪୫ ହଜାର ୮୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୮୪୦ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟ ହାର ୯୭.୫୩%କୁ ଵୃଦ୍ଧି ପାଇଛି। ଆଜି ସୁଦ୍ଧା ଦେଶରେ ଏହି ଭୁତାଣୁ ସଂକ୍ରମଣରୁ ୩ କୋଟି ୧୮ ଲକ୍ଷ ୮୮ ହଜାର ୬୪୨ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ସକ୍ରିୟ ସଂକ୍ରମିତଙ୍କ ହାର ୧.୧୩% ରହିଛି। ଏବେ ୩ ଲକ୍ଷ ୬୮ ହଜାର ୫୫୮ ଜଣ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି।
ଗତ ୨୪ ଘଂଟାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ କେରଳରୁ ସର୍ବାଧିକ ୩୧ ହଜାର ୨୬୫ ଜଣ ରହିଛନ୍ତି। ସେହି ସମୟ ମଧ୍ୟରେ ୪୬୦ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୭ ହଜାର ୮୩୦କୁ ବୃଦ୍ଧି ପାଇଛି।
Powered by Froala Editor