୧୦ ରାଜ୍ୟରେ ଦୈତ ରୂପାନ୍ତରିତ କରୋନା ଭୂତାଣୁ, ୮୦ ଜିଲ୍ଲାରେ ବି୍ରଟେନ ପ୍ରଜାତି ।

୧୦ ରାଜ୍ୟରେ ଦୈତ ରୂପାନ୍ତରିତ କରୋନା ଭୂତାଣୁ, ୮୦ ଜିଲ୍ଲାରେ ବି୍ରଟେନ ପ୍ରଜାତି ।
ନୂଆଦିଲ୍ଲୀ: କରୋନାର ଗ୍ରାସରେ ସାରା ବିଶ୍ୱ । ହୁ ହୁ ହୋଇ ସଂକ୍ରମଣ ବଢୁଥିବା ବେଳେ ୧୦ ରାଜ୍ୟରେ ଦ୍ୱୈତ ରୂପାନ୍ତରିତ କରୋନା ଭୂତାଣୁ ଚିହ୍ନଟ ମୁଣ୍ଡ ବିନ୍ଧାର କାରଣ ହୋଇଛି । ଦୁଇଥର ରୂପାନ୍ତରିତ ହେଉଥିବା ଏହି କରୋନା ଭୂତାଣୁ ପାଇଁ ୧୦ଟି ରାଜ୍ୟରେ ତୀବ୍ର ଗତିରେ ସଂକ୍ରମଣ ବ୍ୟାପୁଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ,ଗୁଜରାଟ, କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଦୁଇଥର ରୂପାନ୍ତରିତ ହେଉଥିବା ଭାଇରସ ଚିହ୍ନଟ ହୋଇଛି । ଦିଲ୍ଲୀରେ ମଧ୍ୟ ବି୍ରଟେନ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି । ପଞ୍ଜାବରେ ୮୦ପ୍ରତିଶତ ଲୋକଙ୍କଠାରେ ବି୍ରଟିଶ ପ୍ରଜାତି ଚିହ୍ନଟ ହୋଇଛି । ତେବେ ମୁମ୍ବାଇରେ ଏହି ଦ୍ୱୈତରୂପାନ୍ତରିତ କରୋନା ଭୂତାଣୁ ଚିହ୍ନଟ ହୋଇନଥିଲେ ମଧ୍ୟ ମହାରାଷ୍ଟ୍ରରେ ୬୦ ପ୍ରତିଶତ ମାମଲାରେଦୁଇଥର ରୂପାନ୍ତରିତ ହେଉଥିବା ଭୂତାଣୁ ଚିହ୍ନଟ ହୋଇଛି । ଦେଶରେ ୧୮ ରୁ ୧୯ଟି ରାଜ୍ୟ ଏବଂ ପ୍ରାୟ ୮୦ ଜିଲ୍ଲାରେ ବି୍ରଟେନ ଭାଇରସ ଚିହ୍ନଟ ହୋଇଛି ।