ପ୍ରଥମ ଥର ହରିଣଠାରେ କରୋନା ଭୂତାଣୁ ଚିହ୍ନଟ

କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ଏଯାଏଁ ସ୍ପଷ୍ଟ ହୋଇନି । କାହାଠାରୁ ବ୍ୟାପିଲା ସେ କଥା ବି ଜଣାପଡିନି । କିନ୍ତୁ ମଣିଷ ପରେ ପରେ ପଶୁପକ୍ଷୀ ମଧ୍ୟ କରୋନା ଆକ୍ରାନ୍ତ ହେଲେଣି । ଯାହାକି ଚିନ୍ତାର ବିଷୟ ପାଲଟିଛି । ପୂର୍ବରୁ କୁକୁର, ବିରାଡ଼ି, ବାଘ, ସିଂହ, ତୁଷାର ଚିତାବାଘ, ଗରିଲା ଆଦି ପ୍ରାଣୀ କୋଭିଡ୍ ସଂକ୍ରମିତ ହୋଇଥିଲେ। ବିଶ୍ୱରେ ପ୍ରଥମ ଥର ଏକ ହରିଣ କରୋନା ଆକ୍ରାନ୍ତ ହୋଇଛି । ଆମେରିକାର ଓହିଓ ପ୍ରଦେଶରେ ଏକ ହରିଣ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଆମେରିକା କୃଷି ବିଭାଗ ସୂଚନା ଅନୁଯାୟୀ, ଧଳା ଲାଞ୍ଜ ବିଶିଷ୍ଟ ହରିଣ ସାର୍ସ-ସିଓଭି-୨ ଭୂତାଣୁରେ ସଂକ୍ରମିତ ହୋଇଛି। କୌଣସି ଲକ୍ଷଣ ଦେଖାଯାଉ ନ ଥିବା ବେଳେ ହରିଣଟି କିପରି ସଂକ୍ରମିତ ହେଲା ତାକୁ ନେଇ ବନ ବିଭାଗ ଚିନ୍ତା ପ୍ରକଟ କରିଛି। ଏହା କୌଣସି ସଂକ୍ରମିତ ବ୍ୟକ୍ତି, ପ୍ରାଣୀ ସଂସ୍ପର୍ଶରେ ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି।
Powered by Froala Editor