Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ...

  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ...

  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ...

  • ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

  • ‘କକଟେଲ୍ ୨’କୁ ମିଳିଲା A ସାର୍ଟିଫିକେଟ୍

  • ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି

ରାଜ୍ୟ
Home ›› ରାଜ୍ୟ ››ସେପ୍ଟେମ୍ବର ୧ରୁ ଚାଲିବ ବିଧାନସଭା ଅଧିବେଶନ

ସେପ୍ଟେମ୍ବର ୧ରୁ ଚାଲିବ ବିଧାନସଭା ଅଧିବେଶନ

2021-08-28 07:31:12
15076
Share:
Facebook
Twitter
E-Mail
WhatsApp
Telegram
ସେପ୍ଟେମ୍ବର ୧ରୁ ଚାଲିବ ବିଧାନସଭା ଅଧିବେଶନ


ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ବିଧାନସଭାରେ ମୌସୁମୀକାଳୀନ ଅଧିବେଶନ ବସିବ । ଏହି ସ୍ୱଳ୍ପକାଳୀନ ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଳ୍ପକାଳୀନ ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସବୁ ଦଳର ନେତାଙ୍କ ସହଯୋଗ କାମନା କରିଥିଲେ ।
ଏହି ବୈଠକରେ ନିଷ୍ପତ୍ତି ହୋଇଛି ଯେ, ଆସନ୍ତା ଅଧିବେଶନରେ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୧ଟା ୩୦ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ । ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ଆଲୋଚନା କରାଯିବ । ଏଥିପାଇଁ ୯୦ମିନିଟ ସମୟ ସୀମା ଧାର୍ଯ୍ୟ ହୋଇଛି । ବିଜେପି ବିଧାୟକମାନେ ସପ୍ତାହର ୪ଦିନ ଏବଂ କଂଗ୍ରେସର ବିଧାୟକମାନେ ମଙ୍ଗଳବାର ଓ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ । ଯଦି ନିର୍ଦ୍ଧାରିତ ଦିବସରେ କୌଣସି କାରଣ ଯୋଗୁଁ ତାହା ଆଗତ ହୋଇନପାରିଲା ତେବେ ସଂପୃକ୍ତ ଦଳ ସେ ସୁଯୋଗ ହରାଇବେ । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଧାୟକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ଆସନ ବ୍ୟବସ୍ଥା କରାଯାଇଛି । ନିରାପଦ ଦୂରତ୍ୱ ରକ୍ଷା କରି ବିଧାନସଭା ଭବନ, ଗ୍ୟାଲେରି, ବାଚସ୍ପତିଙ୍କ ଗ୍ୟାଲେରିରେ ସ୍ୱତନ୍ତ୍ର ଆସନ ବ୍ୟବସ୍ଥା କରାଯାଇଛି । ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ଚାହିଁଲେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଧାନସଭା ଆଲୋଚନାରେ ଅଂଶଗ୍ରହଣ କରିପାରିବେ । ଅତ୍ୟନ୍ତ ଆବଶ୍ୟକ ବ୍ୟତୀତ ଅନ୍ୟ ବିଧାୟକମାନଙ୍କୁ ଗୃହରେ ରିପୋର୍ଟ, ବିବରଣୀ ପ୍ରଦାନ କରାଯିବ ନାହିଁ । ବିଧେୟକ ସଂଶୋଧନ ବିଲ ମନ୍ତ୍ରୀମାନଙ୍କ ଉତ୍ତର ବିଧାୟକମାନଙ୍କ ଅବଗତି ପାଇଁ ସେମାନଙ୍କ ବାସଭବନରେ ଯୋଗାଇ ଦିଆଯିବ । ପ୍ରତ୍ୟେକ ଦିନ ବିଏମସି ପକ୍ଷରୁ ବିଧାନସଭାକୁ ବିଶୋଧନ କରାଯିବ ଏବଂ ସମସ୍ତ ବିଧାନସଭା ସଭ୍ୟ, ଅଧିକାରୀ ଏବଂ ବିଧାନସଭା ସଚିବାଳୟ କର୍ମଚାରୀ ଏବଂ ବିଧାନସଭାକୁ ଆଗନ୍ତୁକମାନଙ୍କର ଆରଟିପିସିଆର ପରୀକ୍ଷା କରାଯିବା ସହ ସେମାନଙ୍କୁ କରୋନା କିଟ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି ସବୁ ବିଧାୟକ ଓ ମନ୍ତ୍ରୀଙ୍କର ଏଥର ଆଣ୍ଟିବଡି ଟେଷ୍ଟ ହେବ । ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ଆଣ୍ଟିବଡି ଟେଷ୍ଟ ହେବ ବୋଲି ବାଚସ୍ପତି କହିଛନ୍ତି । ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Powered by Froala Editor

Tags Odisha legislative assembly

Related articles Odisha News Lens 4.1

  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ
    ଦେଶ-ଦେଶାନ୍ତର

    କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14416
    Jun 15, 2026
  • ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି
    ଦେଶ-ଦେଶାନ୍ତର

    ୧୦୦% ଇଥାନଲ ଯାନ ଚଳାଚଳ ଲାଗି ମଞ୍ଜୁରି

    13551
    Jun 15, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14000
    Jun 15, 2026
  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ

    14427
    Jun 15, 2026
  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା
    ଅପରାଧ

    ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା

    13414
    Jun 15, 2026
  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ
    ଦେଶ-ଦେଶାନ୍ତର

    ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14054
    Jun 15, 2026
  • ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ
    ମନୋରଞ୍ଜନ

    ଭାରତୀଙ୍କ ଆମ୍ବ ରସମଲେଇ ଭାଇରାଲ

    14405
    Jun 15, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14425
    Jun 16, 2026
  • ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...
    ଦେଶ-ଦେଶାନ୍ତର

    ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

    14942
    Jun 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14425
    Jun 16, 2026
  • ଦେଶ-ଦେଶାନ୍ତର

    ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14054
    Jun 15, 2026
  • ଦେଶ-ଦେଶାନ୍ତର

    ସେ ଦିନେ ଥିଲେ କୋଟିପତି, ଆଜି ରାସ୍ତାରେ...

    14942
    Jun 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16929
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17546
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17595
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17987
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14425
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14129
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15020
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13620
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15495
    Jun 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15469
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15216
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15698
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14041
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ଡଙ୍ଗା, ଉଦ୍ଧାର ହେଲେ ୧୪ ଭାରତୀୟ

    14054
    Jun 15, 2026
  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14416
    Jun 15, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14425
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In