ସେପ୍ଟେମ୍ବର ୧୫ ଯାଏ ବାତିଲ ରହିବ ଏହି ୫ଟି ଟ୍ରେନ୍
ଭୁବନେଶ୍ୱର: କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ କେତେକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ହୋଇଛି । ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନଗୁଡ଼ିକ ହେଲା ପୁରୀ-କଟକ-ପୁରୀ ଟ୍ରେନ(୦୮୪୩୨/ ୦୮୪୩୧), ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଟ୍ରେନ (୦୮୪୧୨/ ୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ (୦୮୪୫୪/୦୮୪୫୩) । ସେହିପରି ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ (୦୮୪୨୮/୦୮୪୨୭) ଓ ଖୋର୍ଦ୍ଧା ରୋଡ଼-କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ ଟ୍ରେନ (୦୮୪୫୬/୦୮୪୫୫) ଶନିବାର ଓ ରବିବାର (ସେପ୍ଟେମ୍ବର ୪, ୫, ୧୧ ଓ ୧୨ରେ) ବାତିଲ ରହିବ । ସେହିପରି ପୁରୀ-ଅନୁଗୁଳ-ପୁରୀ ଟ୍ରେନ (୦୮୪୨୮/୦୮୪୨୭) ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗକୁ ଶନିବାର ଓ ରବିବାର ବ୍ୟତୀତ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ ରହିବ । ଉଭୟ ଦିଗରୁ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ । ଅନ୍ୟପକ୍ଷରେ ଭୁବନେଶ୍ୱର-ବଲାଙ୍ଗୀର ସ୍ୱତନ୍ତ୍ର ଟ୍ରେନ(୦୮୪୯୩/୦୮୪୯୪) ସେବା ଉଭୟ ଦିଗରୁ ସେପ୍ଟେମ୍ବର ପହିଲାରୁ ଉଭୟ ପାର୍ଶ୍ୱରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । କୋଭିଡ-୧୯ ସଂକ୍ରମଣର ଶିକୁଳିକୁ ଭାଙ୍ଗିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସେବାକୁ ହ୍ରାସ କରାଯାଇଥିଲା ।
Powered by Froala Editor