ଖାଆନ୍ତୁ ସଜନା ପତ୍ର ଓ ଫୁଲ, ଶରୀର ପାଇଁ ହୋଇଥାଏ ଅତ୍ୟନ୍ତ ଲାଭ ଦାୟକ

ସଜନା ଗଛର ଫୁଳ ହେଉ, ଫଳ ହେଉ କିମ୍ବା ପତ୍ର, ଏ ସବୁକୁ ନେଇ ଭାରତରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ । ଏହା ଖାଇବା ଦ୍ୱାରା ସମସ୍ତ ପ୍ରକାର ତ୍ୱଚା ଜନିତ ସମସ୍ୟା ଦୂର ହୋଇଥାଏ ଓ ଏହା ରକ୍ତକୁ ସ୍ୱଚ୍ଛ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନ ବି, ଭିଟାମିନ ଏ ଓ ଫଲିକ ଏସିଡ ଥିବାରୁ କେଶ ସମସ୍ୟା ଓ ଚର୍ମ ରୋଗ ଦୂର କରିବା ସହିତ ହାଡକୁ ଶକ୍ତ କାରିଥାଏ, ହୃଦୟକୁ ସୁସ୍ଥ ରଖିଥାଏ । ସଜନା ଫୁଲରେ ଆ ି ବ୍ୟାକ୍ଟେରିଆଲ ଗୁଣ ରହି ଥିବାରୁ ଏହା ଶରୀରକୁ ସମସ୍ତ ପ୍ରକାର ସଂକ୍ରମଣରୁ ଦୂରେଇ ରଖିଥାଏ । ସଜନା ଫୁଲରେ କ୍ୟାଲସିୟମ, ପୋଟାସିୟମ, ଆଇରନ, ମାଗ୍ନେସିୟମ ଭରପୂର ଥିବାରୁ ଏହା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ଯୋଗାଇଥାଏ । ପାଚନ ସହ ଜଡିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସଜନା ଫୁଲ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ସଜନା ଫୁଲରେ ବିଲକୁଲ ଫ୍ୟାଟ ନଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
Powered by Froala Editor