୪ ପର୍ଯ୍ୟାୟ ଭୋଟ ଏକତ୍ର କରାଇବା ଯୋଜନା ନାହିଁ ପଶ୍ଚିମବଙ୍ଗ ନିର୍ବାଚନରେ ।
୪ ପର୍ଯ୍ୟାୟ ଭୋଟ ଏକତ୍ର କରାଇବା ଯୋଜନା ନାହିଁ ପଶ୍ଚିମବଙ୍ଗ ନିର୍ବାଚନରେ ।
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନ ପ୍ରକି୍ରୟାରେ କୌଣସି ଅଦଳ ବଦଳ ହେବ ନାହିଁ । ଆଗାମୀ ୧୭ ତାରିଖ ଏବଂ ୨୨ ତାରିଖ ଦିନ ଯଥାରୀତି ଭୋଟ ଗ୍ରହଣ ହେବ ଏବଂ ସମସ୍ତ ୪ର୍ଥ ପର୍ଯ୍ୟାୟ ଭୋଟ ଯଥାରୀତି ପୂର୍ବ ଯୋଜନା ମୁତାବକ ହେବ । କୋଭିଡ ଦୃଷ୍ଟିରୁ ବଳକା ୪ର୍ଥ ପର୍ଯ୍ୟାୟ ମତଦାନକୁ ଏକାଠି କରିବା ପାଇଁ କୌଣସି ଯୋଜନା ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି । ତେବେ କୋଭିଡ ସଙ୍କଟ ବଢ଼ୁଥିବାରୁ ସମସ୍ତ ୪ର୍ଥ ପର୍ଯ୍ୟାୟ ନିର୍ବାଚନକୁ ଏକତ୍ର କରାଯିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । କୋଭିଭ ଗାଇଡଲାଇନ ଉପରେ ଆଲୋଚନା ନିମନ୍ତେ ରାଜ୍ୟ ନିର୍ବାଚନ କମିସନ ସର୍ବଦଳୀୟ ବୈଠକ ଚଳାଇଛନ୍ତି । ଏହି ବୈଠକରେ ସାମାଜିକ କଟକଣା, ମାସ୍କ ବ୍ୟବହାର, ରାଲିରେ କୋଭିଡ ନିୟମ ପାଳନ ଆଦି ସମ୍ପର୍କରେ ଆଲୋଚନା ହେବ ।