ଗାଏବ ୩୪୦୦ ରୁ ଉର୍ଦ୍ଧ କଏଦି ।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ତିହାର ଜେଲରୁ ୩୪୦୦ ରୁ ଅଧିକ କଏଦି ନିଖୋଜ ହୋଇ ଯାଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଅଲଗା ଅଲଗା ମାମଲାରେ ଦୋଷୀ ସାବ୍ୟସ୍ତ ୧୧୮୪ କଏଦିଙ୍କୁ ଏମର୍ଜେନ୍ସି ପାରୋଲ ମିଳିଥିଲା । ସେମାନଙ୍କ ମଧ୍ୟରୁ ୧୦୭୨ ଜଣ କଏଦି ସରେଣ୍ଡର କରିଥିବା ବେଳେ ୧୧୨ ଜଣ କଏଦି ସରେଣ୍ଡର କରି ନାହାନ୍ତି । ସେହିଭଳି ଜେଲରେ ଥିବା ୫୫୫୬ ବିଚାରାଧୀନ କଏଦିଙ୍କ କରୋନା କାରଣରୁ ଜାମିନ ମିଳିଥିଲା । ସେମାନଙ୍କ ମଧ୍ୟରୁ ୨୨୦୦ କଏଦୀ ବେଲ ଶେଷ ହେବା ପୂର୍ବରୁ ଜେଲକୁ ଫେରି ଆସିଥିବା ବେଳେ ୩୩୦୦ ବିଚାରାଧୀନ କଏଦୀ ବର୍ତ୍ତମାନ ସୁଦ୍ଧା ଜେଲକୁ ଫେରି ନାହାନ୍ତି । ଏହିଭଳି ମୋଟ ୩୪୧୨ କଏଦୀ ଏବେ ସୁଦ୍ଧା ଗାଏବ ଅଛନ୍ତି । ତିହାର ଜେଲ ପ୍ରଶାସନ ଏହି କଏଦିଙ୍କ ତାଲିକା ଦିଲ୍ଲୀ ପୁଲିସକୁ ଦେଇଛି ।