ଚଷମା ପିନ୍ଧି ନାକ ଉପରେ କଳା ଦାଗ ପଡୁଛିକି, ଆପଣାନ୍ତୁ ଏହି ଉପାୟ
ଆଜିକାଲି ସବୁ କାମ କମ୍ପୁ୍ୟଟର ପାଖରେ ବସିବା ଓ ଫୋନ ମାଧ୍ୟମରେ କରାଯାଉଛି । ସେଥିରୁ ବାହାରୁଥିବା ଆଲୋକ ଯୋଗୁଁ ଆଖିର ଦୃଷ୍ଟିଶକ୍ତି କମିବା ଭଳି ସମସ୍ୟା ଉପୁଜିଥାଏ । ସେଥିପାଇଁ ପ୍ରାୟ ୯୦% ଲୋକ ଜଷମା ବ୍ୟବହାର କରିଥାନ୍ତ । ଯେତେବେଳେ ଆମେ ଚଷମା ପିନ୍ଧୁ ଏହାର ଷ୍ଟାଣ୍ଡ ଆମ ନାକ ଉପରେ ରହିଥାଏ । ପ୍ରତିଦିନ ଚଷମା ପିନ୍ଧିବା ଦ୍ୱାରା ନାକ ଉପରେ କଳା ଦାଗ ପଡିଥାଏ । ଏଥିିରୁ ମୁକ୍ତି ପାଇବା ପାଇଁ ପାର୍ଲର ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାଉ । କିନ୍ତୁ ଏମିତି କିଛି ଘରୋଇ ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ଦାଗ ଶୂନ୍ୟ ହୋଇଯିବ ।
ଆଲୋବେରା: ଆଲୋବେରାକୁ ମଝିରୁ କାଟି ଏହାର ରସରେ ଏକ ପେଷ୍ଟ ପ୍ରସ୍ତୁତ କରି ସେହି ଚିହ୍ନରେ ଲଗାଇ ହାଲ୍କା ମାଲିସ୍ କରନ୍ତୁ । କିଛି ଦିନ ମଧ୍ୟରେ ଏହି ଦାଗ ଦୂରେଇଯିବ ।
ଆଳୁ: ଆଳୁ ସମସ୍ତଙ୍କ ଘରେ ମିଳିଥାଏ । ଆଳୁ ରସ ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଆଳୁକୁ ଗ୍ରାଇଣ୍ଡ କରି ଏହାର ରସ ବାହାର କରି ସେହି ଦାଗରେ ଲଗାନ୍ତୁ । ଏହ ଦ୍ୱରା କିଛି ଦିନ ପରେ ଦାଗ ଦୂର ହୋଇଯିବ ।
ମହୁ: ଏଥିରେ ଆ ିଅକ୍ସିଡା ଥିବାରୁ ଏହା ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ମହୁ କୁ ନିୟମିତ ଦାଗ ସ୍ଥାନରେ ଲଗାଇଲେ ଦାଗ ଦୂର ହୋଇଥାଏ ।
ଟମାଟୋ: ଏଥିରେ ଏକ୍ସଫୋଲିଏସନ ଗୁଣ ଥିବାରୁ ଏହା ଦାଗ ଦୂର କରିବାରେ ସହାୟକ ହୋଇଥାଏ । ଏହା ଚେହେରାରୁ ମୃତକୋଷ ଗୁଡିକୁ ବାହାର କରିବାରୁ ସାହଯ୍ୟ କରିଥାଏ । ତେଣୁ ନାକରୁ ଚଷମା ଦାଗ ଦୂର କରିବାକୁ ଟମାଟୋ ଲଗାନ୍ତୁ ।
କମଳା: କମଳା ଚୋପାକୁ କ୍ଷୀରରେ ମିଶାଇ ଗ୍ରାଇଣ୍ଡ କରି ସେହି ପେଷ୍ଟକୁ ଦାଗ ସ୍ଥାନରେ ହାଲୁକା ହାତରେ ମସାଜ୍ କରନ୍ତୁ । ଏହା ଦ୍ୱାରା ନାକ ଉପରେ ପଡିଥିବା କଳା ଚିହ୍ନ କିଛି ଦିନ ମଧ୍ୟରେ ଅଦୃଶ୍ୟ ହୋଇଯିବ ।
Powered by Froala Editor