ଗୁରୁତର ହେବେ ଶରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ।

ଲଣ୍ଡନ: କରୋନା ସଂକ୍ରମଣ ଏବେ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିଲା ବେଳେ କିଛି ଗବେଷକ ମତ ଦେଇଛନ୍ତି କି କମ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି କରୋନା ଦ୍ୱାରା ସଂକ୍ରମିତ ହେଲେ ତାଙ୍କ ଅବସ୍ଥା ଗୁରୁତର ହେବା ସମ୍ଭାବନା ଅଧିକ ରହିଛି । ସେହିପରି କରୋନା ଯୋଗୁଁ ଏଭଳି ଅଧିକ ରହିଛି । ସେହିପରି କରୋନା ଯୋଗୁଁ ଏଭଳି ବ୍ୟକ୍ତି ପ୍ରାଣ ହରାଇବା ସମ୍ଭାବନା ବି ଅଧିକ ରହିଛି । ବି୍ରଟିଶ ଜର୍ଣ୍ଣାଲ ଅଫ ସ୍ପୋର୍ଟସ ମେଡିସିନରେ ଏ ନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ଦାବି କରାଯାଇଛି କି ଆମେରିକାର ସାନଡିଏଗୋ ସ୍ଥିତ କାଲିଫର୍ଣ୍ଣିଆ ୟୁନିଭରସିଟିର ଗବେଷକମାନେ ଏହି ବିଷୟ ଉପରେ ଅଧୟନ କରିଥିଲେ । ଏମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି କି ଆମେରିକାରେ ଗତ ଦୁଇ ବର୍ଷ ଭିତରେ ଯେଉଁମାନେ ଅଧିକ ଶାରୀରିକ ପରିଶ୍ରମ କରିନାହାନ୍ତି, ସେମାନେ କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ସମ୍ଭାବନା ଅଧିକ ରହିଛି । ଏଭଳି ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରିବା ଭଳି ପରିସ୍ଥିତି ଅଧିକ ଦେଖାଦେବ । ତା ଛଡା ସେମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇବେ । କିନ୍ତୁ ଏମାନଙ୍କ ତୁଳନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଗୁରୁତର ହେବା ସମ୍ଭାବନା କମ୍ ରହିଛି ।