ଗୁଳିବିନିମୟ: ଆତଙ୍କବାଦୀ ନିପାତ
ଶ୍ରୀନଗର: ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପୋରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ସୋମବାର ରାତିରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କୀକୁ ସଫା କରିଛି ସୁରକ୍ଷାବାହିନୀ । ଏବେବି ଗୁଳି ବିନିମୟ ଜାରି ଜରିବା ସହ ସର୍ଚ୍ଚ ଅପରେସନ କରୁଛି ଭାରତୀୟ ସେନା ।
ସୋପୋରରେ ଏନକାଉଣ୍ଟର, ଜଣେ ଆତଙ୍କୀ ସଫାସେହିପରି ଗତକାଲି ଶ୍ରୀନଗରରେ ପୋଲିସ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଞଜୠର ଦୁଇ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ନିହତ ଦୁଇ ଆତଙ୍କବାଦୀ ହେଲେ ଲସ୍କର-ଏ-ତୋଏବାର ଟପ କମାଣ୍ଡର ଆବାସ ଶେଖ ଓ ତାର ସାଥୀ ସାକିବ ମନଜୁର ।ପୋଲିସର ସୂଚନାଅନୁସାରେ, ଆଲୋଚିବାଗରେ ଆତଙ୍କୀ ଲୁଚି ଥିବା ନେଇ ଖବର ପାଇଥିଲା ପୋଲିସ । ଏହା ପରେ କାଶ୍ମୀର ଆଇଜି ଓ ସେଣ୍ଟ୍ରାଲ ଡିଆଇଜିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ବିଭିନ୍ନ ସ୍ଥାନକୁ ପୋଲିସ ତା ଟିମକୁ ପଠାଇଥିଲା । ଚଢାଉ ସମୟରେ ଲୁଚି ରହିଥିବା ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ ସୁଯୋଗ ଦିଆଯାଇଥିଲା । ହେଲେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ।ସୁରକ୍ଷାବାହିନୀର ପାଲଟା ଜବାବରେ ଦୁଇ ଆତଙ୍କୀ ନିପାତ ହୋଇଥିଲେ ।
Powered by Froala Editor