ତୃତୀୟ ଲହର: ଶିଶୁଙ୍କ ହସ୍ପିଟାଲାଇଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବ

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ୪ ଦିନ ହେବ ଲଗାତାର ହଜାର ତଳେ ରହୁଛି କରୋନା ସଂକ୍ରମଣ। ତେବେ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି। ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ ତେବେ ଏହା ଅକ୍ଟୋବରରେ ପିକ୍ କରିବ। ପିକ ପିରିୟଡ଼ରେ ଶିଶୁ ମାନଙ୍କ ହସ୍ପିଟାଲାଇଯେସନ ପ୍ରତିଶତ ୧୦୦ ଜଣଙ୍କ ମଧ୍ୟରେ ୨୩ ରହିବେ ବୋଲି ଆକଳନ କରାଯାଇଛି। ମାତ୍ର ବର୍ତ୍ତମାନ ଆମର ହସ୍ପିଟାଲାଇଯେସନ ଅଧିକ ନାହିଁ।
ବର୍ତ୍ତମାନ ରାଜ୍ୟରେ ୧୨ରୁ ୧୩ ପ୍ରତିଶତ ରହିଛି ଶିଶୁ ମାନଙ୍କର ସଂକ୍ରମଣ ହାର ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଦେଖିବା ଦ୍ୱିତୀୟ ଲହର ୬୪ ଦିନରେ ପିକ ନେଇଥିଲା। ତେବେ ତୃତୀୟ ଲହର ଆସିଲେ ତାହାର ପିକ ପିରିୟଡ଼ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ। ଶିଶୁ ମାନଙ୍କ ପାଇଁ ରାଜ୍ୟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି।
ସବୁ କୋଭିଡ ହସ୍ପିଟାଲରେ ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଉପରେ ଖାସ୍ ନଜର ରଖାଯାଇଛି। ଶିଶୁ ଭବନରେ ସେଣ୍ଟ୍ରାଲ ଅଫ ଏକ୍ସିଲେନ୍ସି କରାଯାଉଛି। ଶିଶୁ ମାନଙ୍କର ଏବେ ସିଭିୟରିଟି ବେଶି ନାହିଁ। ମାତ୍ର ଆମେ ୟାକୁ କୋହଳ ଭାବେ ନେବା ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ଏବେ ସ୍କ୍ରିନିଂକୁ ରାଜ୍ୟରେ ଚାଲୁ ରଖାଯିବ। ଶିଶୁ ମାନଙ୍କର ଦୈନିକ ସଂକ୍ରମଣ ହାରକୁ ଆନାଲିସ୍ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ। ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟର କୁ ଯାଇନାହାନ୍ତି। ବହୁତ କମ ଶିଶୁଙ୍କୁ ଅକ୍ସିଜେନ ଦରକାର ଥିଲା।
Powered by Froala Editor