ପଶ୍ଚିମବଙ୍ଗରେ ହେବ ଭର୍ଚୁଆଲ ନିର୍ବାଚନୀ ପ୍ରଚାର ।

ନୂଆଦିଲ୍ଲୀ: କରୋନା ସଂକ୍ରମଣର ପ୍ରଭାବ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଉପରେ ପଡିବାକୁ ଯାଉଛି । ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ପ୍ରଚାର ଉପରେ ନିର୍ବାଚନ ଆୟୋଗ (ଇସି) କଟକଣା ଲାଗୁ କରିବାର ଆଶଙ୍କା ରହିଛି । ଶୋଭାଯାତ୍ରା, ବୈଠକ, ସମାବେଶ ଆଦି ଆୟୋଜନକୁ ଇସି ନିଶିଦ୍ଧ ପୂର୍ବକ ଭର୍ଚୁଆଲ ମାଧ୍ୟମରେ ନିର୍ବାଚନ ପ୍ରଚାର ଲାଗି ନିଦେ୍ର୍ଧଶ ଦେଇପାରନ୍ତି । ତେବେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଇସି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ବାସୁ ବୁଧବାର କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ଏପି୍ରଲ ୧୬ ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ନିର୍ବାଚନ ସମୟରେ କରୋନା ସଂକ୍ରମଣକୁ କିପରି ଏଡାଇପାରିବେ ତା ଉପରେ ଆଲୋଚନା କରାଯିବ ।