ଦେଶରେ ୨୪ ଘଣ୍ଟାରେ ଆଉ ୨୫,୦୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି । ୨୪ ଘଣ୍ଟାରେ ଆଉ ୨୫,୦୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୪୯,୩୦୬କୁ ବୃଦ୍ଧି ପାଇଛି । ଚିକିସôାଧୀନ ଅବସ୍ଥାରେ ଆଉ ୩୮୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୩୪,୭୫୬ରେ ପହଞ୍ଚିଛି । ଦିନକରେ ୪୪,୧୫୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୩,୧୬,୮୦,୬୨୬ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩,୩୩,୯୨୪ ସକ୍ରିୟ ଆକ୍ରାନ୍ତ ଚିକିସôାଧୀନ ଅବସ୍ଥାରେ ରହିଛନ୍ତି । ୨୪ ଘଣ୍ଟାରେ ୭,୯୫,୫୪୩ ଟିକା ନେଇ ଥିବା ବେଳେ ମୋଟ ୫୮,୨୫,୪୯,୫୯୫ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।
Powered by Froala Editor