୨୦ ପଇସା କମିଲା ପେଟ୍ରୋଲ ଓ ଡିଜେଲ

ଶନିବାର ପର୍ଯ୍ୟନ୍ତ ପେଟ୍ରୋଲର ଦର ଅପରିବର୍ତ୍ତିତ ରହିବା ପରେ ରବିବାର ପେଟ୍ରୋଲ ଏବଂ ଡିଜେଲର ଦରରେ ହ୍ରାସ ଦେଖାଦେଇଛି । ରାଷ୍ଟ୍ରୀୟ ପେଟ୍ରୋଲ ମାର୍କେଟିଂ କମ୍ପାନୀ ଗୁଡ଼ିକ(ଓଏମ୍ସି) ରବିବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦରକୁ ହ୍ରାସ କରିଛନ୍ତି । ପେଟ୍ରୋଲ ଦରରେ ଲିଟର ପିଛା ୧୫ ରୁ ୨୦ ପଇସା ହ୍ରାସ ହୋଇଥିବା ବେଳେ ଡିଜେଲ ଦରରେ ଲିଟର ପିଛା ୧୮ରୁ ୨୦ ପଇସା ହ୍ରାସ ହୋଇଛି ।
ଫଳରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୧.୬୪ ପଇସା ଏବଂ ଡିଜେଲ ଲିଟର ପିଛା ୮୯.୦୭ ପଇସାକୁ ହ୍ରାସ ପାଇଛି। ମୁମ୍ୱାଇରେ ୧୦୭.୬୬ ଟଙ୍କା ୯୬.୬୪ ଟଙ୍କା, ଚେନ୍ନାଇରେ ୯୯.୩୨ ଟଙ୍କା ୯୩.୬୬ ଟଙ୍କା, କୋଲକାତାରେ ୧୦୧.୯୩ ଟଙ୍କା ୯୨.୧୩ ଟଙ୍କା,ବେଙ୍ଗାଲୁରୁରେ ୧୦୫.୦୦ ଟଙ୍କା ୯୪.୨୯ ଟଙ୍କା, ଭୋପାଲ୍ ରେ ୧୧୦.୦୦ ଟଙ୍କା ୯୭.୮୦ ଟଙ୍କା, ପାଟନାରେ ୧୦୪.୧୦ ଟଙ୍କା ୯୪.୮୬ ଟଙ୍କା ହ୍ରାସ ପାଇଛି।
ଅନ୍ତର୍ଜାତୀୟ ତୈଳ ବଜାରରେ ମୂଲ୍ୟ ସର୍ବନିମ୍ନ ସ୍ତରକୁ ଖସି ଆସିଥିବାରୁ ଏହି ହ୍ରାସ ଘଟିଛି। ଅଗଷ୍ଟ ୧୮ ପରଠାରୁ ଡିଜେଲରେ ଏହି ମୂଲ୍ୟ ହ୍ରାସ ଚତୁର୍ଥ ଅଟେ। ପୂର୍ବ ତିନୋଟି ସମୟରେ ଯେତେବେଳେ ଡିଜେଲ ଦର ହ୍ରାସ କରାଯାଇଥିଲା, ପେଟ୍ରୋଲ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା। ୩୬ ଦିନ ପରେ ପେଟ୍ରୋଲ ମୂଲ୍ୟରେ ହ୍ରାସ ଘଟିଛି।
ଗତ ଜୁଲାଇ ୧୭ରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା। ଏହା ପୂର୍ବରୁ ମେ ୪ରୁ ଜୁଲାଇ ୧୭ ମଧ୍ୟରେ ପେଟ୍ରୋଲ ମୂଲ୍ୟ ୧୧.୪୪ ଟଙ୍କା ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ଡିଜେଲ ଦର ୯.୧୪ ଟଙ୍କା ବୃଦ୍ଧି ପାଇଥିଲା। ଏନେଇ ସଂସଦ ଅଧିବେଶନ କାଳରେ ବିରୋଧୀ ଦଳଗୁଡିକ ପକ୍ଷରୁ ଇନ୍ଧନ ମୂଲ୍ୟ ବୃଦ୍ଧି ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା।
Powered by Froala Editor