ଲା ଗଣେଶନ ହେଲେ ମଣିପୁର ରାଜ୍ୟପାଳ
ତାମିଲନାଡୁର ବିଜେପି ନେତା ଲା ଗଣେଶନଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଲା ଗଣେଶନ ଏହି ଅବସରରେ କହିଛନ୍ତି, ଯେଉଁ ପଦବୀ ମିଳିଛି ସେଥିପାଇଁ ସେ ବହୁତ ଉତ୍ସାହିତ। ମୋର କାମ ସ୍ୱୀକୃତିପ୍ରାପ୍ତ ହୋଇଛି। ମୁଁ ଭାରତର ଯେକୌଣସି ସ୍ଥାନରେ ରହି କାମ କରିବାକୁ ପ୍ରସ୍ତୁତ।
ଲା ଗଣେଶନ ବିଜେପିର ଜଣେ ବରିଷ୍ଠ ସଦସ୍ୟ ଥିଲେ ଏବଂ ଏହାପୂର୍ବରୁ ସେ ରାଜ୍ୟସଭାର ସଦସ୍ୟ ଥିଲେ। ଏହାସହ ସେ ବିଜେପିର ବିଭିନ୍ନ ପଦ ପଦବୀରେ ରହିସାରିଛନ୍ତି । ବିଜେପିର ବିଭିନ୍ନ ପଦବୀରେ ରହି ଦଳକୁ ମଜବୁତ କରିବାରେ ତାଙ୍କର ବଡ଼ ଭୂମିକା ରହିଛି।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ମଧ୍ୟ ଅନେକ ରାଜ୍ୟର ରାଜ୍ୟପାଳଙ୍କୁ ପରିବର୍ତ୍ତନ କରାଯାଇଥିଲା। କିଛି ରାଜ୍ୟରେ ରାଜ୍ୟପାଳଙ୍କୁ ଅତିରିକ୍ତ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ଲା ଗଣେଶନଙ୍କୁ ମଣିପୁରର ୧୭ ତମ ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି । ଚଳିତ ମାସ ନଜମା ହେପତୁଲ୍ଲାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦ ଖାଲି ପଡିଥିଲା । ସେହିଦିନ ସିକ୍କିମର ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା ।
Powered by Froala Editor