ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି : ଦୋକାନ ଖୋଲିବା ନେଇ ରହିବନି ଧାର୍ଯ୍ୟ ସମୟ
ସୋମବାରଠୁ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିବ । ସଂକ୍ରମଣ ହାର କମୁଥିବାରୁ ଦେଶର ରାଜଧାନୀ ଦିଲ୍ଲୀରେ ଲାଗୁ ହେଉଥିବା କଟକଣାକୁ କେଜ୍ରିୱାଲ ସରକାର ସୋମବାର ଠାରୁ ଉଚ୍ଛେଦ କରିବାକୁ ଘୋଷଣା କରିଛନ୍ତି। ଏବେ ରାଜଧାନୀରେ ଦୋକାନ ଖୋଲିବା ଓ ବନ୍ଦ ନେଇ କୌଣସି କଟକଣା ରହିବ ନାହିଁ । ପୂର୍ବରୁ ଦୋକାନ ବଜାର ସନ୍ଧ୍ୟା ୮ଟା ଯାଏଁ ଖୋଲିବାକୁ ଅନୁମତି ଥିଲା । ଏବେ କିନ୍ତୁ କଟକଣାକୁ ହଟାଇ ଦିଆଯାଇଛି । ସାଧାରଣ ସମୟ ଅନୁଯାୟୀ ଦୋକାନ ବଜାର ଖୋଲିପାରିବ ।
ଦିଲ୍ଲୀରେ ଗତ କିଛି ସପ୍ତାହ ହେଲା କରୋନା ମାମଲା ହ୍ରାସ ପାଉଛି । ଶନିବାର ମାତ୍ର ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପ୍ରିଲରେ ଦୈନିକ ୨୫ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ମାମଲା କମୁଛି । ତେଣୁ ସୋମବାର ଠାରୁ ଦିଲ୍ଲୀରେ ଥିବା ସବୁ ରେଷ୍ଟୁରାଣ୍ଟ, ମାକେର୍ଟ ଓ ଦୋକାନ ଗୁଡ଼ିକ ରାତି ୮ଟା ପରେ ମଧ୍ୟ ଖୋଲି ପାରିବ। ଦୋକାନ ଖୋଲିବା ଓ ବନ୍ଦ ପାଇଁ ଆଉ କୌଣସି ସମୟସୀମା ରହିବ ନାହିଁ। କିନ୍ତୁ ସମସ୍ତେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ ମାନିବାକୁ ବାଧ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Powered by Froala Editor