ନାତୁଣୀ ପାଇଁ ବାଘ ସହ ଲଢିଗଲେ ବୃଦ୍ଧ ଦମ୍ପତି

୨ ବର୍ଷର ନାତୁଣୀ ପାଇଁ ଚିତା ସହ ଲଢି ଯାଇଛନ୍ତି ଜେଜେବାପା-ଜେଜେମାଆ । ଗୁରୁବାର ୧୯ ତାରିଖ ରାତିରେ ଏ ଘଟଣା ଘଟିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ କୁନୋ ଜାତୀୟ ଉଦ୍ୟାନ ନିକଟରେ ଏକ ଗାଁ ରହିଛି। ଗୋଟିଏ ଘରର ଅଗଣାରେ ବୃଦ୍ଧ ଦମ୍ପତି ନିଜ ନାତୁଣୀ ସହ ଶୋଇଥିଲେ। ଏହି ସମୟରେ ଏକ ଚିତାବାଘ ଘରର ଅଗଣାକୁ ଆସି ଶିଶୁକୁ ଉଠାଇ ନେବାକୁ ଚେଷ୍ଟା କରିବା ସମୟରେ ଶିଶୁର ପାଟି ଶୁଣି ବୃଦ୍ଧ ଦମ୍ପତିଙ୍କ ନିଦ ଭାଙ୍ଗି ଯାଇଥିଲା। ବାଘକୁ ଦେଖି ଉଭୟ ଚିତ୍କାର କରିବାକୁ ଲାଗିଲେ। ସେହି ସମୟରେ ଉଭୟ ବାଘକୁ ଖୁବ ଜୋରେ ଗୋଡରେ ଗୋଇଠା ମାରିଥିଲେ। ବାଘ ସେହି ସମୟରେ ଶିଶୁଟିକୁ ଛାଡିଦେବା ସହ ବୃଦ୍ଧଙ୍କୁ ଆକ୍ରମଣ କରିବାକୁ ଲାଗିଲା। ଚିତ୍କାର ଶୁଣି ପାଖପଡ଼ୋଶୀ ଠେଙ୍ଗା ଲାଠି ନେଇ ପହଞ୍ଚିବା ପରେ ବାଘ ଜଙ୍ଗଲକୁ ପଳାଇଥିଲା। ଖୁବ ସାହସ ଦେଖାଇ ଚିତାବାଘ କବଳରୁ ନାତୁଣୀକୁ ରକ୍ଷା କରିଛନ୍ତି ବୃଦ୍ଧ ଦମ୍ପତି । ଏହି ଘଟଣା ବିଷୟରେ ସ୍ଥାନୀୟ ଲୋକେ ଶୁଣି ଉଭୟଙ୍କ ସାହସକୁ ପ୍ରଂଶସା କରିବା ସହ ଏହା ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
Powered by Froala Editor