ରାହୁଲଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଫେସବୁକ ଓ ଇନଷ୍ଟାଗ୍ରାମର କାର୍ଯ୍ୟାନୁଷ୍ଠାନ ଗ୍ରହଣ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ଫେସବୁକ ଓ ଇନଷ୍ଟାଗ୍ରାମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାହୁଲ ପୋଷ୍ଟ କରିଥିବା ଦିଲ୍ଲୀର ଦୁଷ୍କର୍ମ ପୀଡ଼ିତା ୯ ବର୍ଷିୟା ନାବାଳିକାର ମାତା ପିତାଙ୍କ ଫଟୋକୁ ହଟାଇ ଦିଆଯାଇଛି । ଫେସବୁକ ରାହୁଲଙ୍କ ପୋଷ୍ଟକୁ ସୋସିଆଲ ମିଡିଆ ନିୟମ ଉଲ୍ଲଂଘନ ଦର୍ଶାଇ ଏଭଳି ପଦକ୍ଷେପ ନେଇଛି । ଫେସବୁକ ଜାତୀୟ ଶିଶୁ ଅଧିକାର ସଂରକ୍ଷଣ କମିସନ (ଏନସିପିସିଆର) କୁ ଜଣାଇଛି ଯେ ରାହୁଲ ଗାନ୍ଧିଙ୍କ ବିବାଦୀୟ ପୋଷ୍ଟକୁ ହଟାଇ ଦିଆଯାଇଛି । ଫେସବୁକର ଜନୈକ ଅଧିକାରୀ ଇମେଲ ଜରିଆରେ ଏକ ବୟାନରେ କହିଛନ୍ତି, ରାହୁଲଙ୍କ ବିବାଦୀୟ ପୋଷ୍ଟକୁ ହଟାଇବା ପାଇଁ ଆମେ ପଦକ୍ଷେପ ନେବାକୁ ବାଧ୍ୟ ହେଲୁ । ରାହୁଲ ଫେସବୁକର ନିୟମ ଉଲ୍ଲଂଘନ କରୁଥିବା ଭଳି ପୋଷ୍ଟ କରିଥିଲେ ବୋଲି ଏଥିରେ କୁହାଯାଇଛି ।
Powered by Froala Editor