ଭାରତୀୟ ଦୂତାବାସରେ ତାଲିବାନର ଚଢ଼ଉ

ନୂଆଦିଲ୍ଲୀ : ଆଫଗାନିସ୍ତାନର ୨ଟି ସହରରେ ଥିବା ଭାରତୀୟ ଦୂତାବାସରେ ତାଲିବାନ ଚଢ଼ଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛି । କାନ୍ଦାହାର ଏବଂ ହେରାତ ସ୍ଥିତ ଭାରତୀୟ ଦୂତାବାସ ବନ୍ଦ ଥିବାବେଳେ ତାଲିବାନ ଆତଙ୍କବାଦୀ ତାଲା ଭାଙ୍ଗି ପଶିଥିଲେ ଏବଂ କୌଣସି ଦସ୍ତାବିଜ ଅଛି କି ନାହିଁ ତଲାସ କରିଥିଲେ । ଭାରତୀୟ ଦୂତାବାସରେ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ଆତଙ୍କବାଦୀ ନେଇଯାଇଛନ୍ତି । ଦୂତାବାସକୁ କୌଣସି କ୍ଷତି ପହଞ୍ଚାଯିବ ନାହିଁ ବୋଲି ତାଲିବାନ ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ହଠାତ ଜଲାଲାବାଦ ଏବଂ କାବୁଲ ସ୍ଥିତ ଭାରତୀୟ ଦୂତାବାସରେ ଚଢ଼ଉ କରିବା ପଛର ଉଦ୍ଦେଶ୍ୟ କ’ଣ ଜଣାପଡ଼ିନି । ଚଳିତ ସପ୍ତାହରେ ତାଲିବାନ କାବୁଲ ସ୍ଥିତ ଭାରତୀୟ ଦୂତାବାସରୁ କର୍ମଚାରୀଙ୍କୁ ଖାଲି ନକରିବା ପାଇଁ କହିଥିଲା ।
Powered by Froala Editor