କମିବ ନାହିଁ କୁମ୍ଭମେଳା ଅବଧି ।
କମିବ ନାହିଁ କୁମ୍ଭମେଳା ଅବଧି ।
ନୂଆଦିଲ୍ଲୀ: ହରିଦ୍ୱାରରେ ତୃତୀୟ ସାହି ସ୍ନାନ ସହିତ କୁମ୍ଭ ମେଳା ଆଗୁଆ ଶେଷ ହେବ ବୋଲି ଚର୍ଚ୍ଚା ହେଉଥିଲା । କୋଭିଡ ସଂକ୍ରମଣ ଦୃଷ୍ଟିରୁ ଏଥର କୁମ୍ଭ ମେଳା ୨ ସପ୍ତାହ ଆଗରୁ ସରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ଖବର ପ୍ରକାଶ ପାଇବା ପରେ ଉତ୍ତରାଖଣ୍ଡ ସରକାର ଏହାକୁ ଖଣ୍ଡନ କରିଛନ୍ତି । କୁମ୍ଭମେଳା ଏପି୍ରଲ ୩୦ ପର୍ଯ୍ରନ୍ତ ଚାଲିବ ଏବଂ ଏଥିରେ କୌଣସି କାଣ୍ଟଛାଣ୍ଟ ହେବ ନାହିଁ ବୋଲି କୁହାଯାଇଛି । ବିଭିନ୍ନ ଧାର୍ମିକ ସଂଗଠନର ନେତାମାନଙ୍କ ସହ ଆଲୋଚନା ପରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ନଦୀରେ ପବିତ୍ର ଶାହି ସ୍ନାନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା । ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ୧୦ ଲକ୍ଷ ଲୋକ ବୁଡ଼ ପକାଉଥିବା ସରକାରୀ ସୂତ୍ରରୁ ପ୍ରକାଶ । ବିଭିନ୍ନ ଘାଟରେ କୋଭିଡ ନିୟମ ପାଳନ କରୁନଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେବେ ଲକ୍ଷ ଲକ୍ଷ ଲୋକଙ୍କ ଉପସ୍ଥିତିରେ କୋଭିଡ ନିୟମ ପାଳନ ଓ ସାମାଜିକ ଦୂରତା ରକ୍ଷା ସମ୍ଭବ ହୋଇପାରିନଥିଲା ।