ଡେଲ୍ଟା ପ୍ରତି ଅଧିକ ଫଳପ୍ରଦ ନୁହେଁ ଆଷ୍ଟ୍ରାଜେନିକା ଓ ଫାଇଜର

ଆଷ୍ଟ୍ରାଜେନିକା ( ଭାରତରେ କୋଭିସିଲ୍ଡ) ଟିକା ଓ ଫାଇଜର ଟିକା ଡେଲଟା ଭାରିଆଣ୍ଟ ବିରୋଧରେ କମ ଫଳପ୍ରଦ । ବ୍ରିଟେନର ଅକ୍ସଫୋର୍ଟ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏଭଳି ଚିନ୍ତାଜନକ ଫଳାଫଳ ମିଳିଛି । ଏହି ଅଧ୍ୟୟନ କରିବାକୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଡିସେମ୍ବର ୧, ୨୦୨୦ରୁ ମେ ୧୬, ୨୦୨୧ ମଧ୍ୟରେ ପ୍ରାୟ ୩୮୪,୫୪୩ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା । ମେ ୧୭ରୁ ଅଗଷ୍ଟ ୧ ମଧ୍ୟରେ ୩୫୮,୯୮୩ ଜଣ ଲୋକଙ୍କଠାରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା ।
ଏହି ଅଧ୍ୟୟନରୁ ମିଳିଥିବା ଆଉ ଏକ ତଥ୍ୟ ଅନୁସାରେ, ପୂର୍ବରୁ କେବେ ବି ସଂକ୍ରମିତ ନ ହୋଇ ଟିକା ନେଇଥିବା ଲୋକମାନଙ୍କ ତୁଳନାରେ ସଂକ୍ରମିତ ହୋଇ ପରେ ଟିକା ନେଇଥିଲା ଲୋକମାନଙ୍କ ଶରୀରରେ ଅଧିକ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ତେବେ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଉଭୟ ପ୍ରକାରର ଲୋକଙ୍କ ଶରୀରରେ ସମାନ ପରିମାଣର ସଂକ୍ରମଣ ମାତ୍ରା ଦେଖିବାକୁ ମିଳିଛି ।
ତେବେ ଡେଲଟା ଭାରିଆଣ୍ଟକୁ ଛାଡ଼ିଦେଲେ ଅନ୍ୟ ଯେକୌଣସି ପ୍ରକାରର କରୋନା ସଂକ୍ରମଣ ବିରୋଧରେ ଏହା ଭଲ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ । ମାତ୍ର ଡେଲଟା ଭାରିଆଣ୍ଟ ବିରୋଧରେ ଏହା ସେତେଟା ପ୍ରଭାବୀ ନଥିବା ଜଣାପଡ଼ିଛି ।
Powered by Froala Editor