ବିବାହିତ ମହିଳାଙ୍କ ସହ ଲିଭ-ଇନ ସମ୍ପର୍କ ଅବୈଧ:ରାଜସ୍ଥାନ ହାଇକୋର୍ଟ

ଜୟପୁର: ବିବାହିତ ମହିଳାଙ୍କ ସହ ଲିଭ-ଇନ ସମ୍ପର୍କରେ ରହିବା ବେଆଇନ ବୋଲି ରାଜସ୍ଥାନ ହାଇକୋର୍ଟ ରାୟ ଦେଇଛନ୍ତି । ଜଣେ ୩୦ ବର୍ଷିୟା ବିବାହିତ ମହିଳା ରାଜସ୍ଥାନରର ଝୁନଝୁନ ଜିଲ୍ଲାରେ ୨୭ ବର୍ଷୀୟ ଯୁବକଙ୍କ ସହ ଲିଭ ଇନ ସମ୍ପର୍କରେ ରହୁଥିଲେ । ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇନାହାନ୍ତି । ତାଙ୍କ ଶ୍ୱଶୁର ଘରେ ତାଙ୍କୁ ଶାରୀରିକ ଅତ୍ୟାଚାର କରାଯାଉଥିବାରୁ ସେ ସେଠାରେ ନ ରହି ଅନ୍ୟ ଜଣେ ଯୁବକଙ୍କ ସହ ଲିଭ ଇନ ସମ୍ପର୍କରେ ରହିଥିଲେ । ତେବେ ତାଙ୍କ ଶ୍ୱଶୁର ଘର ଲୋକେ ବାରମ୍ବାର ତାଙ୍କୁ ଧମକ ଦେଉଥିବାରୁ କୋର୍ଟ ତାଙ୍କୁ ଓ ତାଙ୍କର ବୟଫ୍ରେଣ୍ଡକୁ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ମହିଳା ଜଣକ କୋର୍ଟରେ ଆବେଦନ କରିଥିଲେ । ଜଷ୍ଟିସ ସତୀଶ କୁମାର ଶର୍ମା ଏହି ମାମଲାର ଶୁଣାଣି କରି କହିଛନ୍ତି ବିବାହିତ ମହିଳା ଅନ୍ୟ ଜଣଙ୍କ ସହ ଲିଭ-ଇନ ସମ୍ପର୍କ ରଖିବା ଅବୈଧ । ଉଭୟ ପୁରୁଷ ଓ ମହିଳା ପ୍ରାୟ ବୟସ୍କ ହୋଇଥିଲେ ମଧ୍ୟ ଜଣକ ଛାଡପତ୍ର ନ ଦେଇ ଅନ୍ୟ ଜଣଙ୍କ ସହ ରହିବା ବେଆଇନ । ଏଣୁ ଏଭଳି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କୁ ସୁରକ୍ଷା ପ୍ରଦାନ କରିବାର ଅର୍ଥ ହେବ କୋର୍ଟ ଅବୈଧ ସମ୍ପର୍କକୁ ସୁରକ୍ଷା ପ୍ରଦାନ କରୁଛନ୍ତି । ତେବେ ଭବିଷ୍ୟତରେ ସେମାନଙ୍କ ସହିତ ଯଦି କୌଣସି ଅପରାଧ ହୁଏ ସେମାନେ ଆଇନର ସହାୟତା ନେଇପାରିବେ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ।
Powered by Froala Editor