ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ବିଭି ନାଗରତ୍ନା
ନୂଆଦିଲ୍ଲୀ : ଜଷ୍ଟିସ୍ ବି.ଭି.ନାଗରତ୍ନା ୨୦୨୭ରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୋଇପାରନ୍ତି । ସୁପ୍ରିମକୋର୍ଟ ବିଚାରପତି ଭାବେ କଲେଜିୟମ୍ ସୁପାରିସ କରିଥିବା ୯ ଜଣ ବିଚାରପତିଙ୍କ ମଧ୍ୟରେ ତାଙ୍କର ନାମ ରହିଛି । ଜଷ୍ଟିସ ନାଗରତ୍ନା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି. ରମଣଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ୍ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦ ଲାଗି ୯ ଜଣଙ୍କ ନାମ ସୁପାରିସ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ ନାଗରତ୍ନାଙ୍କ ନାମ ମଧ୍ୟ ସୁପାରିସ କରାଯାଇଛି । ସେ ୨୦୦୮ରେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇ ଦୁଇବର୍ଷ ତଳେ ସ୍ଥାୟୀ ବିଚାରପତି ଭାବବେ ପଦୋନ୍ନତି ପାଇଥିଲେ । ସୁପ୍ରିମକୋର୍ଟ ବିଚାରପତି ଭାବେ ତାଙ୍କ ନିଯୁକ୍ତି ହେଲେ ତାହା ଏକ ଐତିହାସିକ ଘଟଣା ହେବ । ସେ ତାଙ୍କ ପିତା ଇ.ଏସ୍.ଭେଙ୍କଟରମେୟାଙ୍କ ପଦାଙ୍କ ଅନୁସରଣ କରିବେ, ଯିଏ ୧୯୮୯ ଜୁନରୁ ଡିସେମ୍ବର ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ଥିଲେ ।
Powered by Froala Editor