ବଡ଼ଭାଇକୁ କାତିରେ ହାଣି ହତ୍ୟା କଲା ସାନ ଭାଇ
ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ବେଗୁନିଆପଡ଼ା ଗ୍ରାମ ଜଗତସାହିରେ ସାମାନ୍ୟ କଳହକୁ କେନ୍ଦ୍ର କରି ବଡ଼ଭାଇକୁ କାତିରେ ହାଣି ସାନ ଭାଇ ହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି । ମୃତକ ଜଣକ ହେଉଛନ୍ତି ସ୍ୱର୍ଗତ ଗଙ୍ଗାଧର ପାଣିଗ୍ରାହୀଙ୍କ ବଡ ପୁଅ କିଶୋର ପାଣିଗ୍ରାହୀ (୫୬) । ଏହି ଅମାନୁଷିକ କାଣ୍ଡ ଘଟାଇଥିବା ସାନଭାଇକୁ ରାଧାଶ୍ୟାମ ପାଣିଗ୍ରାହୀ (୪୨) କୁ ପୁଲିସ ଗିରଫ କରିଛି । ଘଟଣାର ତଦନ୍ତ ଜାରି ରହିଛି । ସକାଳେ କୌଣସି କାରଣକୁ ନେଇ କିଶୋର ଓ ତାଙ୍କ ସାନ ଭାଇ ରାଧାଶ୍ୟାମଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । କିଶୋର ଖାଇ ବସିଥିବା ସମୟରେ ରାଧାଶ୍ୟାମ ହଠାତ ଉତକ୍ଷିପ୍ତ ହୋଇ ତାଙ୍କ ପାଖରେ ପହଞ୍ଚିଥିଲେ । ଆଉ ଏକ କାତିରେ ତାଙ୍କ ମୁଣ୍ଡକୁ ଚୋଟ ପରେ ଚୋଟ ପକାଇ ଚାଲିଥିଲା । କିଶୋରଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ କୋଦଳା ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor