ତାଲିବାନର ଆଫଗାନି ଦଖଲକୁ ସ୍ୱାଧୀନତା ସଂଗ୍ରାମ ସହ ତୁଳନା କରି ଫସିଲେ ନେତା ଓ ସାଂସଦ

ଲକ୍ଷ୍ନୌ: ତାଲିବାନର ଆଫଗାନି ଦଖଲକୁ ସ୍ୱାଧୀନତା ସଂଗ୍ରାମ ସହ ତୁଳନା କରି ଏହାକୁ ସ୍ୱାଗତ କରିଥିବାରୁ ଜଣେ ସମାଜବାଦୀ ପାର୍ଟି ସାଂସଦ ଓ ଉତ୍ତରପ୍ରଦେଶର ଦୁଇ ଜଣ ନେତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ସମାଜବାଦୀ ପାର୍ଟି ସାଂସଦ ଡା.ସଫିକୁର ରହମାନ ବର୍କ ତାଲିବାନକୁ ସମର୍ଥନ କରି କହିଥିଲେ ଯେ ସେମାନେ ନିଜ ଦେଶକୁ ସ୍ୱାଧୀନ କରିଦେଲେ ଏବଂ ସେମାନଙ୍କ ସଂଗ୍ରାମ ସଫଳ ହୋଇଛି । ଆଫଗାନିସ୍ତାନକୁ ତାଲିବାନ କବଜାରେ କରିବାକୁ ଏକ ସ୍ୱାଧୀନତା ସଂଗ୍ରାମ ଭାବେ ସେ ଦର୍ଶାଇବା ସହ ଏହାକୁ ବି୍ରଟିଶ ରାଜ ବିରୋଧରେ ଭାରତର ସଂଗ୍ରାମ ସହ ତୁଳନା କରିଥିଲେ । ସେ କହିଥିଲେ ଯେ ଭାରତରେ ଯେତେବେଳେ ଇଂରେଜ ଶାସନ ଥିଲା ଏହାକୁ ହଟାଇବା ପାଇଁ ଆମେ ସଂଘର୍ଷ କରିଥିଲୁ । ଠିକ ସେହିଭଳି ତାଲିବାନ ବି ନିଜ ଦେଶକୁ ସ୍ୱାଧୀନ କରିବା ସ୍ୱାଗତ ଯୋଗ୍ୟ ବୋଲି ସେ କହିଥିଲେ । ତାଲିବାନ ଋଷ, ଆମେରିକା ଭଳି ଶକ୍ତିମାନଙ୍କୁ ନିଜ ଦେଶରେ ରହିବାକୁ ଦେଲା ନାହିଁ ବୋଲି ସେ କହିଥିଲେ । ସାଂସଦଙ୍କ ଏହି ବୟାନ ବିରୋଧରେ ଗତକାଲି ବିଳମ୍ବିତ ରାତିରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।
Powered by Froala Editor