ଏହି ସ୍ଥାନରେ ଆଶ୍ରୟ ନେଇଛନ୍ତି ଅସରଫ ଘନି

ଆବୁଧାବି: ତାଲିବାନର କାବୁଲ ଦଖଲ ପରେ ଦେଶ ଛାଡ଼ି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି ଏବେ ୟୁଏଇର ରାଜଧାନୀ ଆବୁଧାବିରେ ପରିବାର ସହ ଆଶ୍ରୟ ନେଇଛନ୍ତି । ଉଜବେଜିସ୍ତାନ ଘନିଙ୍କୁ ଆଶ୍ରୟ ଦେବା ପାଇଁ ମନା କରିବା ସହ ତାଙ୍କୁ ଇଣ୍ଟରପୋଲ ଅଟକ ରଖୁ ବୋଲି ଦାବି କରିଥିଲା । ଘନି ୪ଟି ବିଳାସପୂର୍ଣ୍ଣ କାର ଏବଂ ବିପୁଳ ପରିମାଣର ନଗଦ ଟଙ୍କା ନିଜ ସହ ନେଇଥିବା ଜଣାପଡ଼ିଛି । ୟୁଏଇ କର୍ତ୍ତୃପକ୍ଷ କହିଛନ୍ତି ଯେ ମାନବିକତା ଦୃଷ୍ଟିରୁ ଘନି ଓ ତାଙ୍କୁ ପରିବାରକୁ ଆବୁ ଧାବିରେ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଘନିଙ୍କ ପଳାୟନକୁ ନେଇ ଆଫଗାନିସ୍ତାନବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକି୍ରୟା ଦେଖିବାକୁ ମିଳିଥିବା ବେଳେ ଘନି ଏକ ଭିଡିଓ ବାର୍ତ୍ତା ଜାରି କରି ପୁଣି ଆଫଗାନିସ୍ତାନକୁ ଫେରିବାକୁ ପ୍ରତିଜ୍ଞା କରିଛନ୍ତି । ସେ କହିଛନ୍ତି କେବଳ ରକ୍ତପାତ ଏଡ଼ାଇବା ପାଇଁ ସେ ଦେଶ ଛାଡ଼ିଛନ୍ତି ଏବଂ ତାଲିବାନ ବିରୋଧୀଙ୍କ ଉପରେ ପ୍ରତିଶୋଧ ନ ନେବାକୁ ଘୋଷଣା କଲେ ସେ ପୁଣି ଆଫଗାନିସ୍ତାନ ଫେରିବେ । ତାଲିବାନ ଓ ପୂର୍ବ ସରକାରଙ୍କ ସ୍ପଷ୍ଟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ କଥାବାର୍ତ୍ତା ଜାରି ରହିଛି ବୋଲି ସେ କହିଛନ୍ତି ।
Powered by Froala Editor