ରାଜ୍ୟରେ କରୋନା ନେଲା ୬୮ଜୀବନ
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହ ମୃତୁ୍ୟ ସଂଖ୍ୟାରେ ମଧ୍ୟ ସାମାନ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମହାମାରୀ କରୋନା ୬୮ ଜଣଙ୍କ ମୁଣ୍ଡ ନେଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଜିର ମୃତକଙ୍କ ମଧ୍ୟରୁ ଜଗତସିଂହପୁରରୁ ୧୦ଜଣ, କଟକରୁ ୧୮, ଢେଙ୍କାନାଳରୁ ୬, ଖୋର୍ଦ୍ଧାରୁ ୭, ଭଦ୍ରକରୁ ୫, ମୟୂରଭଞ୍ଜରୁ ୫, ଅନୁଗୁଳରୁ ୪, ବାଲେଶ୍ୱର, ଯାଜପୁର ଓ କେନ୍ଦ୍ରାପଡାରୁ ୩ଜଣ ଲେଖାଏଁ ଓ ଗଞ୍ଜାମରୁ ୨ଜଣ ଏବଂ ନୟାଗଡ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୃତୁ୍ୟ ସଂଖ୍ୟା ୭୧୫୪କୁ ବୃଦ୍ଧି ପାଇଛି ।
Powered by Froala Editor