ଆଫଗାନ ଜେଲରୁ ମୁକୁଳିଲେ ୨୩୦୦ ହାର୍ଡକୋର ଆତଙ୍କବାଦୀ

କାବୁଲ: ଆଫଗାନିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଥିବା ୨୩ ଶହରୁ ଅଧିକ ହାର୍ଡକୋର ଆତଙ୍କବାଦୀଙ୍କୁ ତାଲିବାନ ଖଲାସ କରିଛି । କ୍ଷମତା ଦଖଲର ୨୪ ଘଣ୍ଟା ଭିତରେ ସମସ୍ତ ଆତଙ୍କବାଦୀଙ୍କୁ ଖଲାସ କରି ତାଲିବାନ ଆତଙ୍କ ସୃଷ୍ଟି କରିଛି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ହଜାରେରୁ ଅଧିକ ଅଲକାଏଦା ସଦସ୍ୟ ରହିଥିବାରୁ ବେିଶ୍ୱିକ ଆତଙ୍କବାଦ ପୁଣି କାୟା ବିସ୍ତାର କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶ୍ୱ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ତାଲିବାନ କେତେକ ସକରାତ୍ମକ ବାର୍ତ୍ତା ଦେଉଥିଲେ ମଧ୍ୟ ଅସଲରେ ଏହାର ଉଦେ୍ଧଶ୍ୟ ଅତି ଭୟାନକ ଏବଂ ଆଫଗାନିସ୍ତାନରେ କୌଣସି ସାଧାରଣ ନାଗରିକ ଆଉ ନିରାପଦ ନୁହନ୍ତି ବୋଲି ଏହା ପ୍ରମାଣିତ କରିଛି । ଅଗଷ୍ଟ ୧୫ ତାରିଖରୁ ତାଲିବାନ କାବୁଲ ଦଖଲ ସହ ସମଗ୍ର ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ନିଜର ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ଘୋଷଣା କରିଛି । ଏବେ ଅଫାଗାନିସ୍ତାନରୁ ଲୋକେ ପଳାୟନ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ।
Powered by Froala Editor