ଘରୋଇ ରନ୍ଧନ ଗ୍ୟାସ ବଢ଼ିଲା, କେତେ ଜାଣନ୍ତୁ?

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥାଗୁଡ଼ିକ ଘରୋଇ ରନ୍ଧନ ଗ୍ୟାସ (୧୪.୨ କିଗ୍ରା) ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରିଥିବା ବେଳେ ବ୍ୟବସାୟିକ ରନ୍ଧନ ଗ୍ୟାସ (୧୯ କିଗ୍ରା) ସିଲିଣ୍ଡର ପିଛା ୪.୫୦ ଟଙ୍କା ହ୍ରାସ ପାଇଛି । ଏହି ଦର ମଙ୍ଗଳବାରଠାରୁ ଲାଗୁ ହୋଇଛି । ଦର ବୃଦ୍ଧି ପାଇବା ଦ୍ୱାରା ଭୁବନେଶ୍ୱର ସହରରେ ୧୪.୨ କିଗ୍ରା ଗ୍ୟାସ ସିଲିଣ୍ଡର ଦର ୮୮୬ ଟଙ୍କାରେ ପହଞ୍ଚି ଥିବା ବେଳେ ବ୍ୟବସାୟିକ ୧୯ କିଗ୍ରା ସିଲିଣ୍ଡର ଉପରେ ୪.୫୦ ଟଙ୍କା କମିଛି । ପୂର୍ବରୁ ୧୯ କିଗ୍ରା ଗ୍ୟାସ ସିଲିଣ୍ଡର ଦର ୧୭୨୮ ଟଙ୍କା ଥିଲା । ସାଢେ଼ ୪ ଟଙ୍କା କମିବା ଦ୍ୱାରା ୧୭୨୮ ରୁ କମି ୧୭୨୩ .୫୦ ଟଙ୍କା ହୋଇଛି । ପରିବହନ ବ୍ୟବସ୍ଥା ଯୋଗୁଁ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଦର ଭିନ୍ନ ରହିଛି । ସୂଚନା ଯୋଗ୍ୟ ଜୁଲାଇ ପହିଲାରେ ୧୪.୨ କିଗ୍ରା ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୫.୫ ଟଙ୍କା ବୃଦ୍ଧି ହୋଇଥିଲା ।
Powered by Froala Editor