ମସ୍ତି କରୁଛନ୍ତି ତାଲିବାନ ଆତଙ୍କୀ

ଆଫଗାନିସ୍ତାନର ରାଜଧାନୀ କାବୁଲ ଉପରେ କବଜା କରିବା ପରେ ଏବେ ତାଲିବାନୀ ସୈନିକ ଖୁସିରେ ଆତ୍ମହରା ହୋଇ ବିଭିନ୍ନ ସ୍ଥାନରେ ମଉଜ କରୁଛନ୍ତି । କେଉଁଠି ଖାଲି ପଡ଼ିଥିବା ଜିମରେ ପଶିଯାଇ ସେମାନେ କସରତ କରୁଛନ୍ତି ତ ଅନ୍ୟ କେଉଁଠି ପାର୍କରେ ମସ୍ତି କରୁଥିବା ଦେଖିବାକୁ ମିଳୁଛି । ସେମାନଙ୍କର ଏହି ମଉଜ ମସ୍ତରି ଫଟୋ ଓ ଭିଡିଓ ଭାଇରାଲ ହୋଇଛି । ରିପୋର୍ଟ ଅନୁସାରେ ତାଲିବାନମାନେ ରାଷ୍ଟ୍ରପତି ଭବନର ଜିମକୁ ବି ଛାଡ଼ି ନାହାନ୍ତି । ଭାଇରାଲ ହେଉଥିବା ଏକ ଭିଡିଓରେ ସେଠାରେ କେହି ଲୋକ ନଥିବା ବେଳେ କେବଳ ତାଲିବାନ ସୈନିକଙ୍କୁ ଦେଖିବାକୁ ମିଳୁଛି । ଯାହା ହାତରେ ଯେଉଁ ମସିନ ପଡିଲା ସେଥିରେ ସେମାନେ କସରତ କରୁଛନ୍ତି । ଅନ୍ୟପଟେ ପିଲାଙ୍କ ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ ପାର୍କରେ ମଧ୍ୟ ସେମାନଙ୍କୁ ଦେଖିବାକୁ ମିଳୁଛି ।
Powered by Froala Editor