ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର : ଜମ୍ମୁ କାଶ୍ମୀରର କୁଲଗାମରେ ଜଣେ ବିଜେପି ନେତାଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ବିଜେପି ନେତା ଜାଭେଦ ଅହମ୍ମଦ ଦାର କୁଲଗାମର ହୋମଶାଲିବାଗ ଅଞ୍ଚଳର ନିର୍ବାଚନ ଦାୟିତ୍ୱରେ ଥିଲେ । ଗତ କିଛି ଦିନ ହେଲା ଲଗାତାର ବିଜେପି ନେତାମାନଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆସୁଛନ୍ତି । କାଶ୍ମୀର ବିଜେପିର ମିଡିଆ ପ୍ରଭାରୀ ମଞ୍ଜୁର ଅହମ୍ମଦ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି । କିଛି ଦିନ ପୂର୍ବେ ବିଜେପି ନେତା ଗୁଲାମ ରସୁଲ ଏବଂ ତାଙ୍କ ପତ୍ନୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଥିଲେ । ଗୁଲାମ କୁଲଗାମ କିଷାନ ମୋର୍ଚ୍ଚାର ଜିଲ୍ଲାଧ୍ୟକ୍ଷ ଏବଂ ସରପଂଚ ମଧ୍ୟ ଥିଲେ ।
Powered by Froala Editor